ବାଚସ୍ପତି ନେଲେ ବୁଷ୍ଟର ଡୋଜ୍

0

ଭୁବନେଶ୍ୱର,(ଶାସକ ପ୍ରଶାସକ) : ଓଡ଼ିଶା ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଆଜି ବିଧାନସଭା ଡିସ୍ପେନ୍ସାରୀ ପରିସରରେ ୬୦ ବର୍ଷରୁ ଉର୍ଦ୍ଧ୍ବ ତଥା ବହୁମୁଖୀ ରୋଗରେ ପୀଡ଼ିତ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଉଦ୍ଦିଷ୍ଟ ବୁଷ୍ଟର ଡୋଜ୍ ଟିକାକରଣ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତିା ପ୍ରଥମ ବୁଷ୍ଟର ଡୋଜ୍ ଟିକା ନେଇ ସେ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତିା ସରକାରଙ୍କ ଏହି କାର୍ଯ୍ୟକ୍ରମ କୋଭିଡ୍ ତଥା ଓମିକ୍ରନ୍ ରୋକିବାରେ ସଫଳ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି ଏବଂ ସମସ୍ତ ହିତାଧିକାରୀ ଏହାର ସୁଯୋଗ ନେବାକୁ ଅନୁରୋଧ କରିଛନ୍ତିା

Leave A Reply

Your email address will not be published.