ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତମୁଠାକୁ ଟାଣ କରିବା ଆମର ଲକ୍ଷ୍ୟ – ଯୁବନେତା ଅଶୋକ ଓଝା

0

ଯୁବ, ଛାତ୍ର କର୍ମୀ ହାତ ମିଶାଇ କାର୍ଯ୍ୟକରି ଆଗାମୀ ନିର୍ବାଚନରେ ବିଜେଡ଼ିକୁ ବିପୁଳ ବିଜୟ ଦେବାକୁ ଆହ୍ବାନ

ନିଶ୍ଚିନ୍ତକୋଇଲି:-ରାଜ୍ୟ ପଂଚାୟତିରାଜ,ଆଇନ,ପାନୀୟଜଳ,ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ଗ୍ରାମପଂଚାୟତର ଯୁବ,ଛାତ୍ର ବିଜେଡ଼ି କର୍ମୀମାନଙ୍କୁ ନେଇ ଏକ କର୍ମୀ ସମାବେଶ ମା’ ରତି ଠାକୁରାଣୀ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁପାଟଣା ପଂଚାୟତର ଡ଼ିଜିଟାଲ ସେକ୍ରେଟେରୀ ଭବାନୀଶଙ୍କର ମଲ୍ଲଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ଯୁବନେତା ଅଶୋକ କୁମାର ଓଝା ଯୋଗଦାନ କରି ପଂଚାୟତ ସ୍ତରରେ କାର୍ଯ୍ୟକରୁଥିବା ଯୁବ, ଛାତ୍ର କର୍ମୀମାନଙ୍କୁ ହାତରେ ହାତ ମିଶାଇ କାର୍ଯ୍ୟକରି ଆଗାମୀ ନିର୍ବାଚନରେ ବିଜେଡ଼ିକୁ ବିଜୟ ଲାଭ କରାଇ ସୁନାମଧନ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତମୁଠାକୁ ଟାଣ କରିବା ଆମମାନଙ୍କର ପ୍ରଥମ କ ର୍ବ୍ୟ ବୋଲି ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ଲକ ଛାତ୍ର ବିଜେଡ଼ି ସଭାପତି ସତ୍ୟଜିତ ମହାପାତ୍ର,କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ନାୟକ,ଡ଼ିଜିଟାଲ ସେକ୍ରେଟେରୀ ଏମଡ଼ି.ଅମିନ ଖାଁ , ସମିତିସଭ୍ୟ ଶୁକଦେବ ସେଠୀ,ଉପଦେଷ୍ଟା ମାନସ କୁମାର ବାରିକ,ସରପଂଚଙ୍କ ପ୍ରତିନିଧି ମହେନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗଦାନ କରିଥିଲେ । ଏହି ସମାବେଶକୁ ଯୁବନେତା ଶ୍ରୁତିସାଗର ନନ୍ଦ,ସରୋଜ ରଂଜନ ଲେଙ୍କା,ଲିପୁ କୁମାର ମଲ୍ଲ ପରିଚାଳନା କରିଥିଲାବେଳେ ଶେଷରେ ବିଜୁ ଛାତ୍ର ଜନତା ଦଳ ଉପସଭାପତି ବିକ୍ରମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.