ନିଶ୍ଚିନ୍ତକୋଇଲି/ଦେବେନ୍ଦ୍ର ଷଢଙ୍ଗୀ : ଆରପାରିକୁ ଚାଲିଯାଇଥିବା ଆଦର୍ଶ ଗୁରୁ ନରେନ୍ଦ୍ର କୁମାର ନାୟକ(ବୁଲଣୀ ସାର)ଙ୍କୁ ତାଙ୍କ ଅବର୍ତ୍ତମାନରେ ଝୁରି ହେଉଛନ୍ତି ଅଞ୍ଚଳବାସୀ | ଆଦର୍ଶ ବୁଲଣୀ ସାର ଭାବେ ଜଣାଶୁଣା ଗୁରୁ ନରେନ୍ଦ୍ର କୁମାର ନାୟକ ଦୀର୍ଘ ୪୫ ବର୍ଷ ଧରି ଚାଟଶାଳୀ ପାଠ ଶିକ୍ଷାର ପରମ୍ପରାକୁ ଉଜ୍ଜିବୀତ କରି ରଖିଥିଲେ । ନିଶ୍ଚିନ୍ତକୋଇଲି ବ୍ଲକ ନରେନ୍ଦ୍ରପୁର ପଂଚାୟତ ଫତେପୁର ଗାଁରେ ଜନ୍ମଗ୍ରହଣ କରି ମାଟ୍ରିକ ପାସ ପରେ ସେ ନିଜକୁ ସମାଜସେବା କ୍ଷେତ୍ରରେ ନିୟୋଜିତ କରିଥିଲେ । ସମାଜରେ ଅବହେଳିତ ଅସହାୟ ଦଳିତ ଗରିବ ଶ୍ରେଣୀର ପିଲାମାନେ କିଭଳି ଶିକ୍ଷାକ୍ଷେତ୍ରରେ ଆଗକୁ ଯାଇପାରିବେ ସେଥିପାଇଁ ତାଙ୍କର ଉଦ୍ୟମ ଜାରି ରହିଥିଲା । ପୁରାତନ ଯୁଗର ଚାଟଶାଳୀରେ ଶିକ୍ଷାଦାନ କଲାଭଳି ସେ ବିଭିନ୍ନ ଗାଁରେ ବିନା ପାରିଶ୍ରମିକରେ ପିଲାମାନଙ୍କୁ ପାଠ ପଢାଇ ସମାଜରେ ଜଣେଜଣେ ପ୍ରତିଷ୍ଠିତ ମଣିଷ ଭାବେ ଛିଡା କରାଇଛନ୍ତି । ହଠାତ୍ ତାଙ୍କର ଅକାଳ ବିୟୋଗରେ ଏହି ଅଂଚଳର ଆବାଳବୃଦ୍ଧବନିତା ଝୁରି ହେଉଛନ୍ତି । ସେ କୌଣସି ତାଲିମପ୍ରାପ୍ତ ଉପାଧିରେ କିମ୍ବା ସରକାରୀ ସ୍ୱୀକୃତିପ୍ରାପ୍ତ ଶିକ୍ଷକ ଭାବେ ନଥିଲେ ମଧ୍ୟ ସମସ୍ତଙ୍କ ମନରେ ବୁଲଣୀ ସାର ନାମରେ ବେଶ ପରିଚିତ ହୋଇଥିଲେ । ତାଙ୍କର ଦ୍ୱାଦଶ ଦିବସ ଅବସରରେ ଗ୍ରାମବାସୀଙ୍କ ସମେତ ତାଙ୍କ ପାଖରେ ଶିକ୍ଷା ଗ୍ରହଣ କରି ଉଚ୍ଚ ସ୍ଥାନକୁ ଯାଇଥିବା ଛାତ୍ର ଅଧ୍ୟାପକ ସମୀର ପାତ୍ର, ଅଧ୍ୟାପକ ମଳୟ କୁମାର ନାୟକ, ଶିକ୍ଷକ ବିଚିତ୍ର କୁମାର ପାତ୍ର, ସ୍ୱର୍ଣ୍ଣପ୍ରଭା ବେହେରା,ଇଂ ପ୍ରସାଦ କୁମାର ବେହେରା, ଅଧ୍ୟାପକ ସରୋଜ ସିଂ, ପ୍ରଶାନ୍ତ ଦାସ, ସୁକାନ୍ତ ନାୟକ ଓ ସମାଜ;ସେବୀ ମନୋରଞ୍ଜନ ବେହେରା ତାଙ୍କର ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.