କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ: ରବିବାର ଦିନ ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ ଅଧିନସ୍ଥଓଷାପଡାସ୍ଥିତ ଆଦିତ୍ୟ ବିର୍ଲା ପୂବ୍ଲିକ ସ୍କୁଲ ପରିସରରେ 15ରୁ 18 ବର୍ଷ ବୟସର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଟୀକାକରଣ କାର୍ଯ୍ୟକ୍ରମ ବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ଲଷ୍ମୀନାରାୟଣ ଦାଶଙ୍କ ତତ୍ତାବଧାନରେ ସଯୋଜିତ ହୋଇଯାଇଛି | କୋଭିଡ -19 ବର୍ତ୍ତମାନ ସମଗ୍ର ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହିପରି ବିପଯ୍ୟୟ ଜନିତ ରୋଗରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଓଡିଶା ସରକାର ଓ ଉତ୍କଳ ଆଲୁମିନାଙ୍କ ସହଯୋଗରେ 15ରୁ 18 ବର୍ଷ ବୟସର ପିଲାମାନଙ୍କ ପାଇଁ କୋଭିଡ -19 ଟୀକାକରଣ କାର୍ଯ୍ୟକ୍ରମ ଚଳାଇଛନ୍ତି |ଏହି କାର୍ଯ୍ୟକ୍ରମକୁ ଉତ୍କଳ ଆଲୁମିନାର ୟୁନିଟ ହେଡ ଶ୍ରୀଯୁକ୍ତ ମଜହର ବେଗ ଆଭାସୀ ମାଧ୍ୟମରେ ଉଦଘାଟନ କରିଥିଲେ | ଶ୍ରୀଯୁକ୍ତ ବେଗ ତାଙ୍କ ଉଦଘାଟନୀ ଭାଷଣରେ କହିଛନ୍ତି ଯେ ମହାମାରୀ ସମୟରେ ଉତ୍କଳ ଆଲୁମିନା ଏହି ଅଞ୍ଚଳବାସୀଙ୍କ ସହିତ ଅଛନ୍ତି | ସମଗ୍ର ସମାଜକୁ ମହାମାରୀରୁ ରକ୍ଷା କରିବା ପାଇଁ ସେ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଲୋକଙ୍କୁ ଉଚାହିତ କରିଥିଲେ | ଯୁବ ପିଡି ପାଇଁ ଏପରି ଅନୁକମ୍ପାମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଡାକ୍ତରମାନଙ୍କୁ ତଥା ବିଦ୍ୟାଳୟକୁ ଅଭିନନ୍ଦନ ଜଣାଇଛନ୍ତି | ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ହିବା ବେଗ ଙ୍କୁ ପ୍ରଥମେ ଟୀକାକରଣ କରାଯାଇ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା |
ଉତ୍କଳ ଆଲୁମିନାର ଉପସଭାପତି ଶ୍ରୀଯୁକ୍ତ ପି. ଭି. ଆର. କ୍ରିଷ୍ଣା, ମାନବ ସମ୍ବଳ ବିକାଶ ମୁଖ୍ୟ ଶ୍ରୀଯୁକ୍ତ ରାଜେଶ ପ୍ରତାପ ସିଂହ, ସି. ଏସ. ଆର. ଶ୍ରୀଯୁକ୍ତ ଡ଼ଃ ଲୋପାମୁଦ୍ରା ପ୍ରିୟଦର୍ଶିନୀ, ମୁଖ୍ୟ ଚିକିତ୍ସା ଅଧିକାରୀ, ଉତ୍କଳ ହସ୍ପିଟାଲ ଡ଼ଃ ଅରିଦମ ରୟ ଚୌଧୁରୀ, ମ୍ୟାନେଜେର ଏଚ. ଆର. ଶ୍ରୀଯୁକ୍ତ ପିତାମ୍ବର ବେହେରା, କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶ୍ରୀଯୁକ୍ତ ପ୍ରକାଶ ନାୟକ ଓ ଡାକ୍ତର ସୌମ୍ୟ ଏହି କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ଅଂଶଗ୍ରହଣ କରି ମାର୍ଗଦର୍ଶନ କରିଥିଲେ |
ସମ୍ପୂର୍ଣ ଟୀକାକରଣ କାର୍ଯ୍ୟକ୍ରମku ସପଳ କରିଥିବାରୁ ବିଦ୍ୟାଳୟର ଅଦକ୍ଷ ଶ୍ରୀଯୁକ୍ତ ଦାଶ ଅଭିଭାବକମାନଙ୍କୁ ସେମାନଙ୍କ ସହଯୋଗ ନିମନ୍ତେ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି |ଏହି ଟୀକାକରଣ କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳନା କରିଥିବାରୁ ସି.ଡ଼ି.ଏମ. ଓ. ରାୟଗଡା ଏବଂ ସି. ଏମ. ଓ. ଉତ୍କଳ ଆଲୁମିନା ହସ୍ପିଟାଲ ଙ୍କୁ ଧନ୍ୟବାଦ ଜଣାଇଛନ୍ତି | ରାୟଗଡା ଜ଼ିଲ୍ଲାରେ ଟୀକାକରଣ ପାଇଁ କେନ୍ଦ୍ର ଭାବରେ ଏ. ବି. ପି. ଏସ. ଓଷାପଡାକୁ ଗ୍ରହଣ କରାଯାଇଥିବାରୁ ସେ ଜ଼ିଲ୍ଲା ପ୍ରଶାସନ ସହ ଓଡିଶା ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି | ରିପୋର୍ଟ ଲେଖାଯିବା ବେଳକୁ ପ୍ରାୟ 50ଜଣ ଛାତ୍ରଛାତ୍ରୀ ଟୀକା ଗ୍ରହଣ କରିସାରିଥିଲେ |
Sign in
Sign in
Recover your password.
A password will be e-mailed to you.