ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ): ପୂର୍ବତନ କ୍ରୀଡା ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଙ୍କ ଦ୍ବାରା କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଉତ୍ତରକୁଳ ପଂଚାୟତ ପିଇଁପୁର ମହାନଦୀ କୂଳରେ ୮ କୋଟି ୯୦ ଲକ୍ଷ ଟଙ୍କା ବେୟରେ ତଟିନୀ ତଟ ଉଦ୍ୟାନ ଓ ଏକ ରାସ୍ତାର ଶୁଭ ଶିଳାନ୍ୟାସ ହୋଇଯାଇଛି । ମହାନଦୀ ଉତ୍ତର ବିଭାଜନ ଜଗତପୁର ଅଧୀନରେ ଉତ୍ତରକୁଳ ପଂଚାୟତର ମାହାଳ ହାଟ ଠାରୁ ଧାର ବିଲ ପର୍ଯ୍ୟନ୍ତ ମହାନଦୀ ଓ ସୁକ ପାଇକା ନଦୀବନ୍ଧ ଏହି ଯୋଜନାରେ ସାମିଲ ହୋଇଛି । ଏହି ଉଦ୍ୟାନ ହେଉ ଅବା ରାସ୍ତା କାର୍ଯ୍ୟ ହେଉ ବିଧାୟକ ଶ୍ରୀ ବେହେରାଙ୍କ ଦ୍ବାରା ସଫଳ ହେବାକୁ ଯାଉଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ବିଧାୟକ ଶ୍ରୀ ବେହେରାଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ସବିତା ଓଝା, ବିଡିଓ କର୍ଣ୍ଣଦେବ ସମାଦାର, ଜେଇ ମହେନ୍ଦ୍ର ସାହୁ, କଟକ ଜିଲ୍ଲା ବିଜୁ ଜନତା ଦଳ ର ସମ୍ପାଦକ ଅଚୁତାନନ୍ଦ ଦାସ, ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡ଼ି ସମ୍ପାଦକ ସ୍ଵାଧୀନ ଭୂୟାଁ, କଟକ ଜିଲ୍ଲା ବିଜେଡ଼ି ଉପସଭାପତି ମନୋଜ ମହାନ୍ତି, ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡ଼ି କାର୍ଯ୍ୟକାରୀ ସଭାପତି ପ୍ରମୋଦ ନାୟକ, ମହମ୍ମଦପୁର ସରପଂଚ ସରୋଜ ବେହେରା, ଉତରକୁଲ ସରପଂଚ ଦିଲ୍ଲୀପ ବିଶ୍ଵାଳ, ବିଜେଡ଼ି ପର୍ଯ୍ୟବେକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ, ଯୁବ ସଂଗଠକ ଇଜାଜ୍ ଖାନ୍, ଦୁର୍ଗା ପ୍ରସାଦ ଦାସ, ଯୁବନେତା ରିହାନ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post