ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଖଇରପାଲି ଠାରେ ଚାଲୁଥିବା ଜିଲ୍ଲାସ୍ତରୀୟ ଗୋଲଡେନ ଷ୍ଟାର କ୍ରିକେଟ କପର ତୃତୀୟ ଦିନରେ କ୍ବାଟର ଫାଇନାଲ ମ୍ୟାଚ ପାଟଣାଗଡ଼ ଦଳ ଓ ଲାଟସର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଲାଟସର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୭ ଓ୍ବିକେଟ ହରାଇ ୭୮ ରନ ସଂଗ୍ରହ କରିଥିଲେ ଯାହାର ଯବାବରେ ପାଟଣାଗଡ଼ ଦଳ ମାତ୍ର ୭ ଓଭରରେ ୪ ଓ୍ବିକେଟ ହରାଇ ସମସ୍ତ ରନ ସଂଗ୍ରହ କରି ୬ ଓ୍ବିକେଟ ରେ ବିଜୟୀ ହୋଇଥିଲେ । ଅଶୋକ ମହାପାତ୍ର ଏବଂ ଅର୍ଜୁନ ଗିଙ୍ଗରା ଅତିଥି ଭାବେ ଯୋଗଦେଇ ପାଟଣାଗଡ଼ ଦଳର ସୁରଜ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ମିଟୁ,ସୁନୀଲ, ଆନନ୍ଦ, ଧାରା ବିବରଣୀ କରି ଥିବା ବେଳେ ନାରାୟଣ, ରାଜୀବ, ସନମ, ଉମେଶ,ହନୁ ଖେଳ ପରିଚାଳନା କରିଥିଲେ।ସାନୁ,ଚନ୍ଦନ, ଗୋକୁଳ, ଝସ,ସୁଧାଂଶୁ, ଉମେଶ, ଅର୍ଜୁନ, ସନ୍ତୋଷ, ପିଣ୍ଟୁ, ମନୋଜ, ଦୟା ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post