ରଣପୁର/ ପ୍ରସନ୍ନ ସାମନ୍ତରାୟ : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଧିନସ୍ଥ ବ୍ରଜରାଜପୁର ପଞ୍ଚାୟତ ରେ ବିଧାୟକ ଶ୍ରୀ ସତ୍ୟନାରାୟଣ ପ୍ରଧାନ ଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାଶ ଓ ଉଦଘାଣ୍ଟନ ହୋଇଯାଇଛି| ବିଧାୟକ ଶ୍ରୀ ପ୍ରଧାନ ବ୍ରଜରାଜପୁର ପଞ୍ଚାୟତ ରେ ପହଞ୍ଚି ପ୍ରଥମେ ଶ୍ୟାମଘନ ପୁର ଚନ୍ଦ୍ରମାଦେଇ ପୁର ଓ ବାଙ୍କପୁର ର ଅଙ୍ଗନବାଡ଼ି ଗୃହ ଉଦଘାଟନ କରି ସାରିବା ପରେ ଅପରାହ୍ନ 2ଘଂଟିକା ସମୟରେ ଗୋଳାପୋଖରୀ ରେ ଆମ ଗାଁ ଆମ ବିକାଶ ଅନୁଦାନ ରେ ନିର୍ମିତ ହୋଇଥିବା କୋଠଘର ଉଦଘାଟନ କରିଥିଲେ ସେହିଭଳି ହିଞ୍ଜଳଗାଡ଼ିଆ ଠାରେ ମା ବାଉତି ଙ୍କର ଯଜ୍ଞଘର ସହିତ ଅଙ୍ଗନବାଡ଼ି କେନ୍ଦ୍ର ଉଦଘାଟନ କରିଥିଲେ ଅପରାହ୍ନ ତିନିଘଂଟିକା ସମୟରେ ବ୍ରଜରାଜପୁର ହାଇସ୍କୁଲ କୁ ୫-ଟି ସ୍କୁଲ ରେ ପରଣିତ କରିବା ପାଇଁ ଶିଳାନ୍ୟାସ ଓ ଭୂମିପୂଜା କରାଯାଇଥିଲା | ଲତାର ହରିଜନ ସାହି ଠାରେ କୋଠଘର ସହିତ ଇଚ୍ଛାପୁର ବ୍ରିଜ ର ଉଦଘାଟନ କରିସାରି ଅପରାହ୍ନ 4ଘଂଟିକା ସମୟରେ ବିଧାୟକ ଙ୍କ ଶ୍ରୀ ପ୍ରଧାନ ଙ୍କ ଦ୍ୱାରା ବ୍ରଜରାଜପୁର ଠାରେ ରାଜ୍ୟସ୍ତରୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ର ଉଦଘାଟନ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଏହି ଉଦଘାଟନ ଉତ୍ସାବ ରେ ପୂର୍ବତନ ବ୍ଲକ ଅଧକ୍ଷ ଦେବାଶିଷ ପଟନାୟକ, ସରପଞ୍ଚ ସୁକାନ୍ତ ସାମନ୍ତରାୟ, ସମିତି ସଭ୍ୟ ତପନ ପଟ୍ଟନାୟକ, ବିପିନି କୁମାର ପ୍ରଦାନ ସମେତ ବ୍ରଜରାଜପୁର ପଞ୍ଚାୟତ ର ଶତାଧିକ ବିଜୁ ଯୁବ ଛାତ୍ର ଓ ମହିଳା ନେତ୍ରୀ ଯୋଗ ଦେଇଥିଲେ |
Sign in
Sign in
Recover your password.
A password will be e-mailed to you.