ଜାନୁଆରୀ ୧୦ରୁ ସବୁ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି

0 2

ଭୁବନେଶ୍ୱର : କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସବୁ ସ୍କୁଲ ଛୁଟି ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ଜାନୁଆରୀ ୧୦ରୁ ଫେବୃଆରୀ ପହିଲା ପର୍ଯ୍ୟନ୍ତ ସବୁ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି କରିବା ପାଇଁ  ସରକାର ନିଷ୍ପତ୍ତି ନେଇଛନ୍ତି | ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଏଥିନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି | ହେଲେ ଜାରିରହିଥବା ଅଫଲାଇନ ପରୀକ୍ଷା କରିବା ପାଇଁ ଅନୁମତି ରହିଛି ଗାଇଡ୍ଲାଇନ ଭିତରେ | ସବୁ କୋଚିଂ ସେଣ୍ଟର, ଟ୍ୟୁସନ ବା ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ  ନିର୍ଦ୍ଦେଶନାମରେ କୁହାଯାଇଛି  |  ସବୁ କଲେଜ ଓ ବିଶ୍ୱବିଦ୍ୟାଳୟ ଅନଲାଇନ ବା ଭ୍ରଚ୍ୟୁଏଲକ୍ଲାସ ବ୍ୟବସ୍ଥା କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ  ଘରୋଇ କୋଚିଂ ସେଣ୍ଟର, ଟ୍ୟୁସନ, ଘରୋଇ ଶିକ୍ଷାନୁଷ୍ଠାନକୁ ମଧ୍ୟ ଅନୁରୂପ ଅନୁମତି ପ୍ରଦାନ କରାଯାଇଛି | 

Leave A Reply

Your email address will not be published.