କାଶୀପୁର ବ୍ଲକ ର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ଲେଖିଲେ ଆଇନଜୀବୀ ଉପେନ୍ଦ୍ର ମାଝୀ

0 2

କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ : କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ର ସର୍ବାଙ୍ଗୀନ ଉନତି ପାଇଁ କେତେକ ଦାବୀ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବି ସମ୍ବଳିତ ପତ୍ର ପ୍ରେରଣ କରିଛନ୍ତି ଅଂଚଳର ଆଦିବାସୀ ଯୁବକ ଓ ଜଣେ ଜଣାଶୁଣା ଆଇନଜୀବୀ ଉପେନ୍ଦ୍ର ମାଝୀ।
ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ରରେ ଶ୍ରୀ ମାଝୀ ଲେଖିଛନ୍ତି ଯେ ​ଦକ୍ଷିଣ ଓଡ଼ିଶାର ବିକାଶ ପାଇଁ ସରକାର ତରଫରୁ ଅଧିକ ଗୁରୁତ୍ୱ ଦିଆଯାଇପାରିନାହିଁ | ତେଣୁ ଅନେକ ମୌଳିକ ଅସୁବିଧା ଓ ସମସ୍ୟାରେ ଗତି କରୁଛି । ଯଦି ଏହି ଅଞ୍ଚଳରେ କେବିକେ ଅଂଚଳର ଅଧୀନରେ ନ ଥାନ୍ତା ତାହେଲେ ସରକାର ଅନୁଦାନ ପାଇବା ବହୁତ କଷ୍ଟକର ହୁଅନ୍ତା ବୋଲି କହିଛନ୍ତି। ଏହି ଦାବୀମାନଙ୍କ ମଧ୍ୟରୁ ପ୍ରମୁଖ ଦାବୀ ଗୁଡିକ ହେଲା ଆଜକୁ ଦୀର୍ଘ ୫୦ ବର୍ଷରୁ ଅଧିକ ବିତିଲା ଟିକିରି ବଜାର ସାନ ବଜାରରୁ ବର୍ତମାନ ବଡ଼ ବଜାର ପାଲଟିସାରିଛି | ତେଣୁ ଏହାର ଲୋକ ସଂଖ୍ୟା ବଢ଼ି ଚାଲିଛି | ତେଣୁ ଏହାକୁ ଏନ ଏ ସି ର ମାନ୍ୟତା ପ୍ରଦାନ କରାଯାଉ। ଏହା ଏକ ଶିଳ୍ପାନୁଷ୍ଠାନର କେନ୍ଦ୍ର | ତେଣୁ ଏକ ସ୍ଥାୟୀ ବସ ରହଣି ସ୍ଥାନ କରାଯାଉ। ଏହି ସହରରେ ଏକ ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟ ସ୍ଥାପନ କରାଯାଉ| କାଶୀପୁର ବ୍ଲକ ସଦର ମହକୁମା ରେ ଏକ ଜିଲ୍ଲା ସ୍ତରୀୟ ବସ ରହଣି ସ୍ଥାନ କରାଯାଉ | ଡିଗ୍ରୀ କଲେଜ କାଶୀପୁର ମାନିକେଶ୍ୱର କଲେଜକୁ ସାମିଲ କରାଯାଉ। କମ୍ପାନୀ ର ଉତ୍କଳ ହସ୍ପିଟାଲ ଥାଇକି ମଧ୍ୟ ରୋଗୀ ଚିକିତ୍ସା ପାଇଁ ଅସୁବିଧା ହେଉଛନ୍ତି | ତେଣୁକରି କମ୍ପାନୀ ତରଫରୁ ଏକ ସୁପର ସ୍ପେଶାଲିଟି ମେଡ଼ିକାଲ ଖୋଲାଯାଉ ଏବଂ ଅଧିବାସୀ ହରିଜନ ପିଲାଙ୍କୁ ବିନା ମୂଲ୍ୟରେ ଶିକ୍ଷା ଦିଆଯାଉ | ରାୟଗଡ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହେଇଥିବାରୁ ଏଠାରେ ଜିଲ୍ଲା ସଦର ମହକୁମାରେ ଏକ ସ୍ୱତନ୍ତ୍ର ଅଦିବାସୀ ହରିଜନ ବିଶ୍ୱ ବିଦ୍ୟାଳୟ ଖୋଲାଯାଉ | ସେହିଭଳି ଏକ ମେଡ଼ିକାଲ କଲେଜ ଖୋଲାଯାଉ ବୋଲି ଦାବୀ ପତ୍ରରେ ଦାବୀ କରାଯାଇଛି। ଏହି ଅଂଚଳର ବିକାଶ ପାଇଁ ଏହି ସବୁ ଦାବୀ ଗୁଡିକ କୁ ପୁରଣ କରା ଗଲେ ଅଂଚଳର ପ୍ରକୃତ ବିକାଶ ହେଇପାରିବ ଆଦିବାସୀ ହରିଜନ ମାନେ ମୌଳିକ ସୁବିଧାରୁ ବଞ୍ଚିତ ନହୋଇ ବିକାଶ ଧାରାରେ ସାମିଲ ହେବେ ବୋଲି ଶ୍ରୀ ମାଝୀ କହିଛନ୍ତି |

Leave A Reply

Your email address will not be published.