ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ପିଏନବିର ଏଟିଏମ୍ ଉଦ୍ଘାଟିତ

0

ଭୁବନେଶ୍ୱର: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପୋଖରୀପୁଟ ଶାଖା)ର ନବୀକରଣ କରାଯାଇଥିବା ଏଟିଏମ୍ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ.) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ଗୁରୁବାର ଉଦ୍ଘାଟିତ ହୋଇଯାଇଛି । ସୋଆ ମୁଖ୍ୟ କାର୍ଯ୍ୟାଳୟ ନିକଟରେ ଥିବା ଏହି ଏଟିଏମର ନବୀକରଣ କରାଯାଇ ଗ୍ରାହକଙ୍କ ସୁବିଧା ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଛି ।
ଏହି ନୂତନ ଏଟିଏମର ଉଦ୍ଘାଟନ ସମୟରେ ସୋଆର ପ୍ରତିଷ୍ଠାତା ସଦସ୍ୟା କୁମାରୀ ଉପାସନା ନାୟକ, ପିଏନବି ଭୁବନେଶ୍ୱର ସର୍କଲର ମୁଖ୍ୟ ଶ୍ରୀ ପରେଶ କୁମାର ଦାସ, ପୋଖରୀପୁଟ ଶାଖାର ମୁଖ୍ୟ ଶ୍ରୀ ସୌମିତ୍ରୀ ପତି, ପୂର୍ବତନ ବ୍ରାଂଚ ମୁଖ୍ୟ ଶ୍ରୀ ହିମାଂଶୁ ଶେଖର ମହାପାତ୍ର ଓ ସୋଆର ଚିଫ୍ ଫାଇନାନ୍ସ ଅଫିସର ଶ୍ରୀ ସରୋଜ କାନ୍ତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ପିଏନବି ଶାଖା ଓ ଏଟିଏମ୍ ପୋଖରୀପୁଟ ସମେତ ଜାଗମରା, ଖଣ୍ଡଗିରି ଧର୍ମବିହାର ଅଂଚଳର ଅନେକ ଗ୍ରାହକଙ୍କର ସେବାରେ ଉପଲବ୍ଧ ଅଟେ ।

Leave A Reply

Your email address will not be published.