ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆମ୍ ଆଦ୍ମି ପାର୍ଟି ଗଜପତି ଜିଲ୍ଲା ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କରଣ ସାହିରେ ନୂତନ ଜିଲ୍ଲା କାର୍ଯ୍ୟାଳୟ ଉଦ୍ଘାଟନ ହୋଇଯାଇଛି ।
ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଆବାହକ ସୁବାସ ଚନ୍ଦ୍ର ରାଉତ ଗଞ୍ଜାମ ଜିଲ୍ଲା କମିଟି ସଦସ୍ୟ ମାନଙ୍କ ସହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟାଳୟ ଉଦ୍ଘାଟନ କରିଥିଲେ ।
ଏହି ପରିପ୍ରେକ୍ଷୀରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ , ଜିଲ୍ଲା ସଭାନେତ୍ରୀ ଶୈଳବାଳା ପଣ୍ଡା , କିଶୋର ଚନ୍ଦ୍ର ଗୁରୁ , ଲିଙ୍ଗରାଜ ପାଣିଗ୍ରାହୀ , ଗୁମ୍ମା ବ୍ଲକ ଆବାହକ ବୋୟାଜ ବେବର୍ତ୍ତା ପ୍ରମୁଖ ବିଭିନ୍ନ ବ୍ଳକ ଓ ପୌରପାଳିକାରୁ ଆସିଥିବା ଦଳୀୟ ସାଥିଙ୍କୁ ଆଗମୀ ପଞ୍ଚାୟତ ନିର୍ବାଚନରେ ଉପଯୁକ୍ତ ପ୍ରାର୍ଥୀ ଚୟନ ସହ ତୃଣମୂଳ ସ୍ତରରେ ଦଳକୁ ମଜଭୁତ କରିବା ପାଇଁ କହିଥିଲେ।
ଏହି ଅବସରରେ ଅରବିନ୍ଦ କେଜ୍ରିୱାଲଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କିଛି ନୂଆ ସାଥୀ ଦଳରେ ଯୋଗ ଦେଇଥିଲେ । ଏହାପରେ ବ୍ୟବସ୍ଥା ପରିବର୍ତ୍ତନ ପ୍ରଚାର ଗାଡ଼ି ସହିତ ସହର ପରିକ୍ରମା କରାଯାଇ ଓଡ଼ିଶାର ୨୨ ବର୍ଷର ସ୍ଥାଣୁ ଓ ଭ୍ରଷ୍ଟାଚାରୀ ସରକାର ଓ କେନ୍ଦ୍ରର ତାନାସାହୀ , ଜନବିରୋଧୀ ସରକାରକୁ ହଟେଇ ସଚ୍ଚୋଟ ଓ ସାଧାରଣ ଲୋକଙ୍କ ସରକାର ପ୍ରତିଷ୍ଠା କରିବା ପାଇଁ ଲୋକଙ୍କୁ ଆହ୍ବାନ ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସମ୍ପାଦକ ଆଦିତ୍ୟ ନାରାୟଣ ରଥ , ରାଜ୍ୟ ଯୁବ ଉପସଭାପତି , ବ୍ରହ୍ମପୁର ନଗର ସଭାପତି ଶ୍ରୀ ହରପ୍ରସାଦ , ପର୍ଶୁରାମ ସାହୁ , ବିଷ୍ଣୁ ଚରଣ ରଣା , ଲୋକନାଥ ଭୁକ୍ତା , ଲୋଗସ୍ ଦାସ୍ ବର୍ଦ୍ଧନ , ସୁସ୍ତିର ଷଡ଼ଙ୍ଗୀ , ପ୍ରଫୁଲ୍ଲ ଲିମ୍ମା , ଲୋମ୍ବୋଧର ପାତ୍ର , ତ୍ରିନାଥ ପଟ୍ଟନାୟକ , କେ.ଲୋକନାଥ , ସେଖ ମୋଜିବ, ରମେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post