ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଟାଇକୋଣ୍ଡୋ ଏସୋସିଏସନକୁ ତୃତୀୟ ଓପନ ଷ୍ଟେଟ ଟାଇକୋଣ୍ଡୋ ଚାମ୍ପିଆନ୍ ସିପ୍- ୨୦୨୧ “ଟାବଫେଷ୍ଟ-୩” ପ୍ରତିଯୋଗିତାରେ ମିଳିଛି ଏକ ବଡ ସଫଳତା।
ବ୍ରହ୍ମପୁର ଟାଟା-ବେଞ୍ଜ ସ୍କୋୟାର ସ୍ଥିତ ସିଦ୍ଧି ବିନାୟକ ମନ୍ଦିର ନିକଟସ୍ଥ ବିଜୁ ପଟ୍ଟନାୟକ ସଂସ୍କୃତ ଭବନ ଠାରେ ବ୍ରହ୍ମପୁର ଟାଇକୋଣ୍ଡୋ ଏସୋସିଏସନ ଆନୁକୂଲ୍ୟରେ ଏହି ଚାମ୍ପିଆନ୍ ସିପ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଏହି ଓପନ ଟାଇକୋଣ୍ଡ ଷ୍ଟେଟ ଚାମ୍ପିୟାନ୍ ସିପ୍ ପ୍ରତିଯୋଗିତାରେ ଗଜପତି ଜିଲ୍ଲା ଟାଇକୋଣ୍ଡ ଏସୋସିଏସନର ଖେଳାଳି ମାନେ ସେମାନଙ୍କ ଉନ୍ନତ ମାନର ଖେଳ ପ୍ରଦର୍ଶନ କରି କୃତିତ୍ୱର ସହ ୧୦୪ଟି ପଦକ ହାସଲ କରି ଚାମ୍ପିଆନ ହେବାରେ ସକ୍ଷମ ହୋଇପାରିଛନ୍ତି ।
ଏହି ଚାମ୍ପିଆନ୍ ସିପ୍ ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ୬୧ଜଣ ପୁଅ ଓ ୨୯ ଜଣ ଝିଅ ମୋଟ ୯୦ ଜଣ ଖେଳାଳି ବିଭିନ୍ନ ଇଭେଣ୍ଟରେ ଭାଗ ନେଇଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୪ ଶହରୁ ଉର୍ଦ୍ଧ୍ବ ଖେଳାଳୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।
ଗଜପତି ଜିଲ୍ଲାର ଖେଳାଳୀ ମାନେ ଉଚ୍ଚକୋଟୀର ଖେଳ ପ୍ରର୍ଦଶନ କରି ରାଜ୍ୟର ସମସ୍ତ ଜିଲ୍ଲା ମଧ୍ୟରେ ଶ୍ରେଷ୍ଠ ହେବା ସହ ଚାମ୍ପିଆନ୍ ସିପ୍ ବିଜୟ ହାସଲ କରି ଗଜପତି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।
ମୁଖ୍ୟତଃ ଏହି ଚାମ୍ପିଆନ୍ ସିପ୍ ପ୍ରତିଯୋଗୀତାରେ ପାଇରିଙ୍ଗ ଓ ପୁମସେ ଏଭଳି ଭାବେ ଦୁଇପ୍ରକାର ଖେଳ ଅନୁଷ୍ଠିତ ହୋଇଥିଲା , ଯେଉଁଥିରେ କି , ଗଜପତି ଜିଲ୍ଲାର ଝିଅ ମାନେ ୩୭ ଗୋଟି ମେଡେଲ ଜିତିବାରେ ସକ୍ଷମ ହୋଇଥିବା ବେଳେ ପୁଅ ମାନେ ୬୭ ଗୋଟି ମେଡେଲ ହାସଲ କରିବାରେ ସକ୍ଷମ ହୋଇଛନ୍ତି । ଜିତିଥିବା ମୋଟ ୧୦୪ ଗୋଟି ମେଡେଲ ମଧ୍ୟରୁ , ସେଥିମଧ୍ୟରେ ରହିଛି ୩୮ଟି ସ୍ୱର୍ଣ୍ଣ , ୩୬ଟି ରୌପ୍ୟ ଓ ୩୦ଟି କାଂସ୍ୟ ପଦକ ରହିଛି ।
ଏହି ଚାମ୍ପିଆନ୍ ସିପ୍ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ହରିଆନା ଚଣ୍ଡୀଗଡର ଫିପଥ ଡିନ୍ ବ୍ଲାକ୍-ବେଲ୍ଟ ଏନ୍ ଆଇ ଏସ୍-ଏଟିୟୁ ଲାଇସେନ୍ସ କୋଚ୍ କୁଲିୱନ ଆନ୍ତର୍ଜାତୀୟ ମାଷ୍ଟର) ଶ୍ରୀ ମନୋଜ କୁମାର ମୁଖ୍ୟଅତିଥି ଭାବେ ଏବଂ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ (ଫୋର୍ଥ ଡୀନ ବ୍ଲାକ୍-ବେଲ୍ଟ) ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ଚନ୍ଦ୍ର ମହାପାତ୍ର ଏବଂ ଥାର୍ଡ ଡୀନ ବ୍ଲକ-ବେଲ୍ଟ ସଂଗଠକ ଶ୍ରୀ ସତ୍ୟ ନାରାୟଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ଟାଇକୋଣ୍ଡୋ ଏସୋସିଏସନର ଖେଳାଳି ମାନଙ୍କ ଏଭଳି ଅଦ୍ଭୂତପୂର୍ଣ୍ଣ ସଫଳତା ଅବସରରେ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଏକ ବିଜୟ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଟାଇକୋଣ୍ଡ ସମର-କଳା କେବଳ ଗୋଟିଏ କ୍ରୀଡା ନୁହେଁ , ଏହା ଉତ୍ତମ ସ୍ୱାସ୍ଥ୍ୟ ଗଠନ ସହ ସମର ବିଦ୍ୟା ବୋଲି ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।
ଅନ୍ୟପକ୍ଷରେ କୃତିତ୍ୱ ହାସଲ କରିଥିବା ଖେଳାଳି ମାନେ , ସେମାନଙ୍କ ମନୋବଳ କେତେ ଦୃଢ ହୋଇ ପାରିଛି ସେ ସବୁକୁ ନେଇ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଥିଲେ । ଗଜପତି ଜିଲ୍ଲା ଟାଇକୋଣ୍ଡୋ ଏକାଡେମୀର ସମ୍ପାଦକ ତଥା ମୁଖ୍ୟ ପ୍ରଶିକ୍ଷକ ଶ୍ରୀ କାର୍ତ୍ତିକ ଚନ୍ଦ୍ର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକାଡେମୀର ସହକାରୀ ପ୍ରଶିକ୍ଷକ ଶ୍ରୀ ରାଜୁ ପାଢାଲ ଏବଂ ପ୍ରଶିକ୍ଷକ ଶ୍ରୀ ନାଗେଶ୍ବର ନାଗୁ ମହାପାତ୍ର ଏହି ଦଳର ପରିଚାଳନା ନେତୃତ୍ୱ ନେଇଥିଲେ।
Sign in
Sign in
Recover your password.
A password will be e-mailed to you.