ମୁକ୍ତା ଯୋଜନା ଅନ୍ତର୍ଗତ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ

0

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ମୁକ୍ତା ଯୋଜନା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରୋଗ୍ରାମ କୋଅଡ଼ିନେଟର ପ୍ରଭାତ ରଞ୍ଜନ ସାହୁଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I ଏହି କାର୍ଯ୍ୟକ୍ରମରେ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବାବେଳେ ଘୁ. ଉଦୟଗିରି ବ୍ଲକ ଅଧକ୍ଷ ହୃଦାନନ୍ଦ କଂହର, ସିଡିପିଓ ସାବିତ୍ରୀ ମଲ୍ଲୀକ, କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ଥିଲେ I ଆଜିକାର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମରେ ମୋଟ ୩୧ଟି କାର୍ଯ୍ୟାଦେଶ ମଧ୍ୟରୁ ୭ ଟି କାର୍ଯ୍ୟାଦେଶ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମୂଖ୍ୟ ଅତିଥି ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ ବଣ୍ଟନ କରିଥିଲେ I ମୁକ୍ତା ଯୋଜନା ମାଧ୍ୟମରେ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଅନେକ କ୍ଷେତ୍ରରେ ବିକାଶ ହୋଇ ପାରିବ ବୋଲି କାର୍ଯ୍ୟାଦେଶ ପାଇ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମତପ୍ରକାଶ କରିଛନ୍ତି I କାର୍ଯ୍ୟାଦେଶ ପାଇ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ହେଲା ଇମାନୁଏଲ(ୱାର୍ଡ୧), ମାଁ ପାଟଖଣ୍ଡା(ୱାର୍ଡ୪), ମାଁ ବରାଳିନୀ(ୱାର୍ଡ୪), ଭାରତ ମାତା(ୱାର୍ଡ ୧୧ ), ଦୀପ୍ତିମୟୀ(ୱାର୍ଡ ୧୨), ମାଁ ରୁଦ୍ରକାଳୀ(ୱାର୍ଡ ୧୦) ଓ ମାଁ ବରାଳିନୀ(ୱାର୍ଡ ୫) I ଆଗାମୀ ଦିନରେ ବଳକା କାର୍ଯ୍ୟାଦେଶ ପ୍ରଦାନ କରାଯିବ ବୋଲି ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚକ ପରିଷଦ ମୁକ୍ତା ଯୋଜନାର ପ୍ରୋଗ୍ରାମ କୋଅଡ଼ିନେଟର ପ୍ରଭାତ ରଞ୍ଜନ ସାହୁ ସୂଚନା ଦେଇଛନ୍ତି I

Leave A Reply

Your email address will not be published.