ରାଉରକେଲା ଫଟୋଗ୍ରାଫର ଆସୋସିଏସନ୍ସର ୩ୟ ପ୍ରତିଷ୍ଠା ଦିବସ ପାଳିତ

0

ରାଉରକେଲା:(ବସନ୍ତ ଜେନା)ରାଉରକେଲା ଫଟୋଗ୍ରାଫର ଆସୋସିଏସନର ୩ୟ ପ୍ରତିଷ୍ଠା ଦିବସ ଭଞଭବନ ସ୍ଥିତ ଆଦର୍ଶ ସାହିତ୍ୟ ଘରେ କରୋନା କଟକଣା ଅନୁସରଣ ପୂର୍ବକ ପାଳିତ ହୋଇଯାଇଛି।ମୁଖ୍ୟଅତିଥି ଭାବେ ଯୋଗଦେଇ ବିଧାୟକ ତଥା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଏହାକୁ ଉଦଘାଟନ କରିବା ସହିତ ୨୦୨୨ ର ନୂତନ ରେଟଚାଟ୍ କୁ ଉନ୍ମୋଚନ କରିଥିଲେ ଏବଂ ଫଟୋଗ୍ରାଫର ମାନଙ୍କ ବିକାଶ ପାଇଁ ଗୁରୁତ୍ୱାରୋପ କରିଥିଲେ।ସେମାନେ ସରକାରୀ ଯୋଜନା ରେ ଉପକୃତ ହେବା, ସେମାନଙ୍କ ନିଜସ୍ୱ କାର୍ଯାଳୟ ଓ ସମୂହ ବୀମା ସମ୍ପର୍କରେ ଦାବି ସମ୍ପର୍କରେ ଦୃଷ୍ଟି ଦେବେ ବୋଲି ସେ ତାଙ୍କ ଭାଷଣରେ କହିଥିଲେ।ସଭାପତି ଅତୁଲ୍ ସାଂଘଭୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଅନୁଷ୍ଠାନର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ।ପ୍ରକାଶ ମହାକୁଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ସମ୍ପାଦକ ଦିଲ୍ଲୀପ ମହାନ୍ତି ବିବରଣୀ ପାଠ କରିଥିଲେ।

କୋଷାଧ୍ୟକ୍ଷ ଉମା ପାତ୍ର ଧନ୍ୟବାଦ ଦେଇଥିଲେ।ସନ୍ତୋଷ ବେହେରା,ମନୋଜ ନାୟକ, ବସନ୍ତ ଜେନା, କ୍ଷୀତିଶ ଜେନା, ସୁଦର୍ଶନ ଜେନା, ପ୍ରତାପ ମହାନ୍ତି, ଶିବ ପଣ୍ଡା, ବିଟୁ ମହାନ୍ତି, ପ୍ରଦୀପ ମହାପାତ୍ର, ଅରୁଣ ମହାପାତ୍ର, ରାଜେଶ ଦଣ୍ଡପାଟ,ସନ୍ତୋଷ ସାହୁ, ସୁରେନ୍ଦ୍ର ଶା,ବିକାଶ ଗୁପ୍ତା, ରାଜା ସାହୁ, ନାରାୟଣ ବେହେରା, ରମେଶ ତନ୍ତୀ, ଟୁନା ବଳ,ଆନନ୍ଦ ଶା ପ୍ରମୁଖ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.