ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ ବଣ୍ଟନ କରାଯାଇଛି।
ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଯୋଗଦେଇ ଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦାସ ଉପସ୍ଥିତ ଥିଲେ। ଗୋଟିଏ ସାଧାରଣ ବ୍ୟକ୍ତି ସହ ଗୋଟିଏ ଭିନ୍ନକ୍ଷମ ବ୍ୟକ୍ତି ସହ ବିବାହ ହେଲେ ବୈବାହିକ ପ୍ରୋତ୍ସାହନ ରାଶି ହିସାବରେ ରାଜ୍ୟ ସରକାଙ୍କ ନିୟମ ଅନୁଯାଇ ୨୨-୨-୨୦୨୧ ପର ଠାରୁ ୨.୫୦,୦୦୦ ଟଙ୍କା ସେମାନଙ୍କ ମିଳିତ ଜମାଖାତାରେ ୩ବର୍ଷ ନିମନ୍ତେ ସ୍ଥିର ଜମା ରାଶି ଏବଂ ଏଥି ପୂର୍ବରୁ ବିବାହ କରିଥିଲେ ୫୦.୦୦୦ ଟଙ୍କା ସ୍ଥିର ରାଶି ପ୍ରଦାନ କରାଯାଇଥିଲା।
ଜିଲ୍ଲାର ଅଭିନାଶ ଭୂୟାଁ (ଭିନ୍ନକ୍ଷମ )ଓ ଆଜେଲ ପାଣି ଭୂୟାଁ , ପାନୁଏଲ ରଇତା (ଭିନ୍ନକ୍ଷମ )ଓ ଆଜେଲ ପାଣି ରଇତ ଗୁମ୍ମା ପଞ୍ଚାୟତ ସମିତି ଟ.୨.୫୦.୦୦୦ ଙ୍କା ଲେଖାଏଁ ପି. ଚିନାରୀ (ଭିନ୍ନକ୍ଷମ ) ଓ ବି. ଭେଙ୍କଟ ଗୌରୀ ପ୍ରସାଦ ପାରଳାଖେମୁଣ୍ଡି ପୌରାପରିଷଦ ଏବଂ ମୋଜେଶ କୁମାର ନାଗ (ଭିନ୍ନକ୍ଷମ )ଓ ରୁବିନା ନାଗ , ନୂଆଗୁଡା ପଞ୍ଚାୟତ ସମିତି ଟ. ୫୦.୦୦୦ ଙ୍କା ଭିନ୍ନକ୍ଷମ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥଲା।
ଏଥି ସହ ମାଗଣା ଲେପଟପ ଜଣେ ଦୃଷ୍ଟି ବାଧିତ ଛାତ୍ର /ଛାତ୍ରୀ ଏବଂ +୩ ପାଠ ପଢୁଥିଲେ ଏହି ସୁବିଧା ପାଇପାରିବେ। ହିତାଧିକାରୀଙ୍କ ନାମ ହେଲା -ଶକ୍ତିମାନ ପରିଚ୍ଛା , ପିତା -ମୃତୁଞ୍ଜୟ ପରିଚ୍ଛା , ଗ୍ରାମ -ନରାୟଣପୁର , ରାୟଗଡ ପଞ୍ଚାୟତ ସମିତିଙ୍କୁ ପ୍ରଦାନ କରାଯାଇଥିଲା।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ବିଭାଗର କର୍ମଚାରୀ ମାନେ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.