ଦ-ଗାଇଡ୍ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ପାଳିତ ।

0

ନିଶ୍ଚିନ୍ତ କୋଇଲି (ଦେବେନ୍ଦ୍ର ଷଡ଼ଙ୍ଗୀ): – ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ତରତ ଗ୍ରାମପଞ୍ଚାୟତ ଦାମୋଦରପୁର ଗ୍ରାମର ଦେବଦତ୍ତ ନାୟକଙ୍କ ଦ୍ଵାରା ପ୍ରତିଷ୍ଠିତ  ଦ-ଗାଇଡ୍ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ତଥା ଇଂରାଜୀ ନବବର୍ଷ ୨୦୨୨ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଏହି ଅବସରରେ ବିଶିଷ୍ଠ ଅତିଥି ଭାବେ ଡେଲଟା କଲେଜ ର ଅଧ୍ୟକ୍ଷ ବିବେକାନନ୍ଦ ମିଶ୍ର ଯୋଗଦାନ କରି ଗ୍ରାମାଞ୍ଚଳର ଛାତ୍ର ଛାତ୍ରୀଙ୍କ ପାଇଁ ଦି ଗାଇଡ଼ ଶିକ୍ଷାନୁଷ୍ଠାନ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ଅତିଥି ଭାବେ ଅଧ୍ୟାପକ ରଜନୀ କାନ୍ତ ପଣ୍ଡା , ଅଧ୍ୟାପକ ରଞ୍ଜନ କୁମାର ରଥ ,ତରତ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଜିତେନ୍ଦ୍ର ମିଶ୍ର ,ସମିତି ସଭ୍ୟ ପ୍ରମୋଦ କୁମାର ପରିଡା ,ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ନାୟକ, ପଂଚାୟତ ସଭାପତି ପ୍ରମୋଦ ମଲିକ,ଛାତ୍ର ଜନତା ଦଳ ଡିଜିଟାଲ ସଂପାଦକ ଏମ୍ ଡି ଅମିନ୍ ଖାଁ ,ବ୍ଲକ୍ ବିଜେଡି ଉପସଭାପତି ଶୁଭେନ୍ଦୁ ରଥ ପ୍ରମୁଖ ଯୋଗଦାନ କରି ପିଲାମାନଙ୍କୁ ପାଠ ପଢ଼ାଇ ଭବିଷ୍ୟତ ଗଢିବାର ଯେଉଁ ସାଧୁ ଉଦ୍ୟମ ଦେବଦତ୍ତ  କରିଛନ୍ତି ସେଥିପାଇଁ ସମସ୍ତେ ତାଙ୍କୁ  କୃତଜ୍ଞତା ଜଣାଇଥିଲେ । ଦେବଦତ୍ତ ନାୟକ ବର୍ତ୍ତମାନ ଗ୍ରାମାଞ୍ଚଳରେ କୁନି ପିଲା ଙ୍କୁ ପାଠ ପଢ଼ାଇବା ସହିତ ସମାଜସେବା, ପିଲାମାନଙ୍କ ଭିତରେ ବିଭିନ୍ନ ପ୍ରତିଯୋଗିତା ର ଆୟୋଜନ କରିବାରେ ମଧ୍ୟ ସେ ଜଡ଼ିତ । ତେବେ ଏଭଳି ଅଭିନବ ଚିନ୍ତା ଧାରା କରି ଛାତ୍ର ଛାତ୍ରୀଙ୍କୁ ଗଢି ତୋଳିବାରେ ଏହି ଶିକ୍ଷାନୁଷ୍ଠାନ ମୁଖ୍ୟ ଭୂମିକା ଗ୍ରହଣ କରିପାରିଥିବାରୁ ତରତ ଗ୍ରାମ ପଞ୍ଚାୟତ ର ବିଜୁ ଛାତ୍ର ଜନତା ଦଳ ସମେତ ସ୍ଥାନୀୟ ଗ୍ରାମବାସୀଙ୍କ ତରଫରୁ ଦୃଢ ପ୍ରଶଂସା କରାଯାଇଛି ।।  

Leave A Reply

Your email address will not be published.