ମହଙ୍ଗା ପଡିଲା ନୂଆବର୍ଷ ପାଳନ: ଗଣିଲେ ୨୦ ହଜାର ତଣ୍ଡ

0

ପଦ୍ମପୁର(ଶାସକପ୍ରଶାସକ)- ନୂଆବର୍ଷ ପାଳନ ଉପରେ ସରକାର ସାରା ରାଜ୍ୟରେ କଟକଣା ଯାରି କରିଛନ୍ତି । ହେଲେ କିଛି ଅମାନିଆ ଲୋକ ସରକାରଙ୍କ ନିୟମକୁ ଫୁ କରୁଥିବା ଦେଖିବାକୁ ମିଲିଛି । ନୂଆବର୍ଷ ପାଳନ କରିବା ସମୟରେ ଡିଜେ ବଜାଇବା ମହଙ୍ଗା ପଡ଼ିଛି। ପୁଲିସ୍ ଡିଜେ ମାଲିକଙ୍କ ଠାରୁ ୨୦ ହଜାର ଫାଇନ୍ ଆଦାୟ କରିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପଦ୍ମପୁର ଆଦର୍ଶ ଥାନା ଅଞ୍ଚଳକୁ ନୂଆବର୍ଷ ପାଳନ କରିବାକୁ କେତେକ ଯୁବକ ଆସି ଡିଜେ ବଜାଇ ମଉଜମସ୍ତିରେ ମଜ୍ଜି ଯାଇଥିଲେ। ଏହାକୁ ଦେଖି ଦରବେକେଲା ଗ୍ରାମବାସୀ ବହୁବାର ମନା କଲା ସତ୍ତ୍ଵେ ମାନି ନଥିଲେ। ଫଳରେ ଗ୍ରାମବାସୀ ବାଧ୍ୟହୋଇ ପୁଲିସ୍‌କୁ ଦେଇଥିଲେ। ଥାନାଧିକାରୀ ରାଜେନ୍ଦ୍ର ସିଅଲଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ୍ ଟିମ୍ ପହଞ୍ଚି ଡିଜେ ସାଉଣ୍ଡ ଓ ମାଲିକ ମହୁଲପାଲି ଗାଁର ସୁଶୀଳ ରଣାକୁ ଥାନାକୁ ଆଣିଥିଲେ । ନିୟମାନୁସାରେ ୨୦ ହଜାର ଫାଇନ୍ କରିଥିଲେ ।

Leave A Reply

Your email address will not be published.