ଜିଲ୍ଲାସ୍ତରୀୟ ଧାନ କ୍ରୟ ମଣ୍ଡି ଉଦଘାଟନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ଧାନ କ୍ରୟ ମଣ୍ଡି ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣ , ଉପଲଡା ଠାରେ ଶୁଭ ଉଦଘାଟନ ହୋଇଯାଇଛି।
ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଯୋଗଦେଇ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଦ୍ୱାରା ଉଦଘାଟିତ କରାଯାଇଥିଲା।
ମୁଖ୍ୟ ଅତିଥି ଶ୍ରୀ ଲିଙ୍ଗରାଜ ପଣ୍ଡା ତାଙ୍କ ଅଭିଭାଷଣରେ ଉପସ୍ଥିତ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କର ଉନ୍ନତି କାମନା ସହିତ କିଭଳି ଧାନ କ୍ରୟ ମଣ୍ଡି ମାଧ୍ୟମରେ ଗୋଷ୍ଠୀର ସଦସ୍ୟା ମାନେ ଲାଭବାନ ହୋଇପାରିବେ ବୁଝାଇଥିଲେ।
ଅନ୍ୟ ତମ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଯୋଗଦେଇ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ସରକାରୀ ବିଭାଗ ସହଭାଗିତାରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ କାର୍ଯ୍ୟ ଦିଆଯାଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ତହସିଲଦାର ଗୋଷାଣୀ ଶ୍ରୀ ଅଚୂତାନନ୍ଦ ଜାନୀ , ଗୋଷାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନୀଳମାଧବ ମାଝି , ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଶତ୍ରୁଘନ ଗିରି , ଏ ଆର୍ ସି ଏସ୍ ପାରଳାଖେମୁଣ୍ଡି ଶ୍ରୀ ହରିହର ସେଠୀ ଏବଂ ଗୋଷାଣୀ ସିଡିପିଓ ଶ୍ରୀମତୀ ଗୌରି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଉଦଘାଟନ କାର୍ଯ୍ୟକ୍ରମରେ ଚାଷୀମାନଙ୍କ ସୂଚନା ପାଇଁ ସଚେତନତା ରଥ ଓ ଚାଷୀ ଭୋଜନାଳୟର ଶୁଭାରମ୍ଭ ହୋଇଥିଲା। ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ଜିଲ୍ଲାର ସମସ୍ତ ୪୪ ଗୋଟି ଧାନ କ୍ରୟ ମଣ୍ଡି ପରିଚାଳିତ ହେବ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମିଶନ ଶକ୍ତି ପ୍ରକଳ୍ପ ସଂଯୋଜକା ଶ୍ରୀ ରଶ୍ମିରଞ୍ଜନ ସେଠୀ ପରିଚାଳନା କରିଥିଲେ।

Leave A Reply

Your email address will not be published.