ପଦ୍ମପୁର :ବରଗଡ ଜିଲ୍ଲା କ୍ୟାନସର ରୋଗ ପ୍ରପୀଡିତରେ ପ୍ରଥମ ସ୍ଥାନ ରଖିଛି।ବିଷଯୁକ୍ତ ଚାଷ ପଦ୍ଧତି ଏହାର ମୁଖ୍ୟ କାରଣ ହୋଇଛି।ଚାଷୀମାନେ ଅଧିକ ଅମଳ ଆଳରେ ମାତ୍ରାଧିକ ରାସାୟନିକ ସାର,କୀଟନାଶକ ଔଷଧ ପ୍ରୟୋଗରେ ଉତ୍ପାଦିତ ଶସ୍ୟ ଖାଇ ମାରାତ୍ମକ ରୋଗର ଶୀକାର ହେଉଛନ୍ତି।ତେଣୁ ତାକୁ ପ୍ରତିହତ କରିବା ପାଇଁ ସରକାର ପୁରାତନ କ୍ଷୁଦ୍ର ଦାନା ଶସ୍ୟଗୁଡିକର ପୁନରୁଦ୍ଧାରରେ ପ୍ରୟାସ ରତ ଅଛନ୍ତି।ମାଣ୍ତିଆ,କୁଦୋ,ଗୁର୍ଜି ଆଦି ଚାଷ କରିବାକୁ ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି।ପଦ୍ମପୁର ଉପ ଖଣ୍ତ କନସିଂହା ଧାନ ମଣ୍ତିରେ ମାଣ୍ତିଆ ମଣ୍ତିର ଉଦଘାଟନ ଉତ୍ସବରେ ଓଡିଶା ଜନ ଜାତି ବିଭାଗ ସମ୍ବଲପୁରର ପରିଚାଲକ ଆର କେ ଜେନା,ବରଗଡ କୃଷି ବିଭାଗର ସଂଯୁକ୍ତା ମୁଣ୍ତା,ୱାସନର ଜିଲ୍ଲା ଓ ବ୍ଲକ ସଂଯୋଜକ,ବିମଳ ଫାର୍ମାସୀ ପ୍ରଡ୍ୟୁସର କମ୍ପାନୀର ସଭାପତି ଅଶୋକ ସାହୁ,ଡାଇରେକ୍ଟରବୃନ୍ଦ,ତ୍ରିରଙ୍ଗା ଯୁବକ ସଂଘର ସଭାପତି ହୃଦାନନ୍ଦ ବାରିକ ସମେତ ଅନେକ ଚାଷୀ ଯୋଗଦାନ କରିଥିଲେ।ରବି ଫସଳରେ କ୍ଷୁଦ୍ର ଦାନା ଶସ୍ୟ ଚାଷ କରିବାକୁ ଚାଷୀମାନେ ମତ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post