ଆଜାଦିକା ଅମୃତ ମହୋତ୍ସବ ଅବସରରେ ଗଜପତିରେ ପ୍ରାକୃତିକ ବିପର୍ଯୟ ମୁକାବିଲା ପାଇଁ ମକ୍ ଡ୍ରିଲ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜାଦିକା ଅମୃତ ମହୋତ୍ସବ ଅବସରରେ ପ୍ରାକୃତିକ ବିପର୍ଯୟର ମୁକାବିଲା ପାଇଁ ଏକ ମକ୍ ଡ୍ରିଲ କାର୍ଯ୍ୟକ୍ରମ ଓ ସଚେତନତା ସଭା ଆୟୋଜିତ ହୋଇଯାଇଛି ।
ପାରଳାଖେମୁଣ୍ଡି ଉପକଣ୍ଠର ବୃନ୍ଦାବନ ପ୍ୟାଲେସ ତଟରେ ବହିଯାଉଥିବା ଚିରସ୍ରୋତା ମହେନ୍ଦ୍ରତନୟା ନଦୀରେ ଏହି ମକ୍ ଡ୍ରିଲ ଆୟୋଜିତ ହୋଇଥିଲା । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରାକୃତିକ ବିପର୍ଯୟର କଡାମୁକାବିଲା କରିବା ସମୟରେ ଧନ ସମ୍ପତି ଅପେକ୍ଷା ମନୁଷ୍ୟ ତଥା ପ୍ରାଣୀଧନର ଜୀବନ ବଞ୍ଚାଇବା ଦିଗରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହା ସହ ପ୍ରାକୃତିକ ବିପର୍ଯୟ କିପରି ସଫଳତାର ସହ ମୁକାବିଲା କରାଯାଇପାରିବ ଏବଂ ଧନଜୀବନ କ୍ଷୟକ୍ଷତିରୁ ରକ୍ଷା କରାଯାଇପାରିବ ସେଥିପାଇଁ ସମସ୍ତ ବିଭାଗ ପ୍ରସ୍ତୁତ ହୋଇ ରହିବା ଆବଶ୍ୟକ ବୋଲି କହିଥିଲେ ।
କଟକରୁ ଆସିଥିବା ଏନ୍‌ଡିଆର୍‌ଏଫ୍ ଦଳ ଜିଲ୍ଲା ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କୁ ମକ୍ ଡ୍ରିଲ କାର୍ଯ୍ୟକ୍ରମ ନେଇ ବିଶେଷ ତାଲିମ, ସଜାଗ ଓ ଉଦ୍ଧାର କାର୍ଯ୍ୟକ୍ରମକୁ କିପରି ତ୍ୱରାନ୍ୱିତ କରିବେ ସେ ନେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ,ପ୍ରକଳ୍ପ ପ୍ରଶାସକ ଶ୍ରୀ ସରୋଜ କୁମାର ବେହେରା , ଅଗ୍ନିଶମ ଅଧିକାରୀ ଶ୍ରୀ ରଜନୀ କାନ୍ତ ଗୌଡ଼ ଉପସ୍ଥିତ ଥିଲେ । ଏନ୍‌ଡିଆର୍‌ଏଫ୍ସ ସମେତ ତିନି ବାହିନୀର ଅଧିକାରୀ ଏସକେ ପ୍ରସାଦ , ବିନୋଦ ମିନ୍ନା ଓ ରାଜ ପାଳ ଗୁଜୁରାଲ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.