ଜିଲ୍ଲାପାଳ ଓ ଏସ୍‌ପିଙ୍କ ବିଭିନ୍ନ ଚିକିତ୍ସାଳୟ ପରିଦର୍ଶନ : ଚିକିତ୍ସିତ ହେଉଥିବା ବିଏସ୍‌କେୱାଇ କାର୍ଡଧାରୀ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଜୟରାମ ଶତପଥି ମଙ୍ଗଳବାର ଦିନ ଜିଲ୍ଲାର ଗୋଷାଣୀ ବ୍ଲକ , କାଶୀନଗର ବ୍ଲକ ସମେତ ପାରଳାଖେମୁଣ୍ଡି ସହରରେ ଥିବା ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟ ପରିଦର୍ଶନ କରିଥିଲେ ।
ଏହି ପରିଦର୍ଶନ ସମୟରେ ମୁଖ୍ୟତଃ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପାଇଥିବା ସ୍ୱାସ୍ଥ୍ୟ କାର୍ଡରେ ଅନ୍ତର୍ଭୁକ୍ତ ହୋଇଥିବା ହିତାଧିକାରୀ ତଥା ରୋଗୀ ମାନଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ସ୍ୱାସ୍ଥ୍ୟକାର୍ଡର ସୁବିଧା ପାଉଛନ୍ତି କି ନାହିଁ ଏନେଇ ଚିକିତ୍ସାଳୟ କର୍ତ୍ତୃପକ୍ଷମାନଙ୍କ ସହ ଆଲୋଚନା କରିଥିବାର ଜଣାପଡିଛି ।
ପାରଳାଖେମୁଣ୍ଡି ସହରର “ସାରା ଚକ୍ଷୁ ଚିକିତ୍ସାଳୟ”ରେ ଉଲ୍ଲେଖିତ ଯୋଜନାରେ ଚିକିତ୍ସିତ ହେଉଥିବା ୫ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବଂ ଚିକିତ୍ସାଳୟର ଡାକ୍ତର ପ୍ରଦୀପ କୁମାର ସ୍ୱାଇଁଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।
ସେହିପରି କାଶୀନଗର ବ୍ଲକର ଦୁଇ ଗୋଟି ଚିକିତ୍ସାଳୟ ଏବଂ ଗୋଷାଣୀ ବ୍ଲକର ଦୁଇ ଗୋଟି ଚିକିତ୍ସାଳୟ ପରିଦର୍ଶନ କରି ବିଏସ୍‌କେୱାଇ ଯୋଜନାରେ ଅନ୍ତର୍ଭୁକ୍ତ ରୋଗୀ ଓ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଆଲୋଚନା କରିଥିବାର ଜଣାପଡିଛି ।

Leave A Reply

Your email address will not be published.