“ବଇଦପାଲି ପୋଲ ନିର୍ମାଣକୁ ତ୍ବରାନ୍ବିତ କର”

0

ପଦ୍ମପୁର(ଶାସକ ପ୍ରଶାସକ) : କନସିଂହା ଗ୍ରାମ ପଂଚାୟତ ବଇଦପାଲିକୁ ରାସ୍ତା ନ ଥିବାରୁ ଅନେକ ଧାରଣା,ଦାବି ପତ୍ର,ଭୋଟ ବର୍ଜ୍ଜନ କରାଯାଇଥିଲା ।ରାସ୍ତା ନିର୍ମାଣ ସରିବା ପରେ ଏକ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ହଇରାଣ ହେଉଛନ୍ତି। ଅର୍ଥ ମଞ୍ଜୁର ହୋଇ ଭିତ୍ତି ପ୍ରସ୍ତର ସ୍ଥାପନ ସରିଗଲା ,ତଥାପି ପୋଲ ହୋଇ ପାରି ନ ଥିଲା । ଗ୍ରାମବାସୀ ପ୍ରଶାସନ ପାଖକୁ ପହଂଚି ଥିଲା। ଗୋଷ୍ଠି ଉନ୍ନୟନ ଅଧିକାରୀ ସଂକର୍ଷଣ ବେହେରା,ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ପୋଲ ନିର୍ମାଣ ସ୍ଥଳିକୁ ଯାଇ ଗ୍ରାମବାସୀ,ମହିଳା ସ୍ବୟଂ ସହାୟକ ଗୋଷ୍ଠିଙ୍କ ସହ ଆଲୋଚନା ପରେ ପୋଲ ନିର୍ମାଣ କାମ ଶୀଘ୍ର କରିବାକୁ ଗୋଷ୍ଠି ଉନ୍ନୟନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ।ଆଲୋଚନା ସମୟରେ ନାରାୟଣ ବେହେରା,ଅଶ୍ବିନୀ ଧରୁଆ,ସୁଦର୍ଶନ ଧରୁଆ,ପଂଚାନନ ନେଟୀ,ନୃପରାଜ ନେଟୀ,ସନ୍ତୋଷ ନେଟୀ,ଠାକୁର ନେଟୀ,ମହିଳା ଗୋଷ୍ଠି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Leave A Reply

Your email address will not be published.