ବ୍ଲାକପାନ୍ଥର ସ୍କିଲ୍ସ ଟ୍ରେନର୍ସ ଅନୁଷ୍ଠାନ ପକ୍ଷରୁ ପୋଷାକ ବିତରଣ ଉତ୍ସବ

0

31-07-18.jpg - 145.12 kB

ଯାଜପୁରରୋଡ୍/Jayashankar Dash

 ବ୍ୟାସନଗରସ୍ଥିତ ଚୋରଦା ଛକ ନିକଟରେ ଥିବା ବ୍ଲାକପାନ୍ଥର ସ୍କିଲ୍ସ ଟ୍ରେନର୍ସ ଅନୁଷ୍ଠାନ  ପକ୍ଷରୁ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ  ହୋଇଯାଇଛି । ପ୍ରିୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ବ୍ୟାସନଗର ପୌରାଞ୍ଚଳର ପୌରାଧ୍ୟକ୍ଷା  ବନ୍ଦିତା ପରିଡ଼ା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରିବା ସହିତ ଉତ୍ସାହିତ କରିଥିଲେ । ଏହି ପରିପ୍ରେକ୍ଷୀରେ ନବାଗତ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ସଂସ୍ଥାରେ ସେଲ୍ସ ଓ ସୁଇଂ ମେସିନ୍ ଅପରେଟରଙ୍କୁ ବିନା ମୂଲ୍ୟରେ ତାଲିମ ଦେବା ସହ ସେମାନଙ୍କ ପାଇଁ ରହିବା, ଖାଇବା, ପୋଷାକ ଓ ଷ୍ଟାଇପେଣ୍ଡ ମିଳିବା ସହ ନିଶ୍ଚିତ କର୍ମନିଯୁକ୍ତି ପାଇଁ ଶ୍ରୀ ସାହୁ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂସ୍ଥାର ମୁଖ୍ୟ ରବୀନ୍ଦ୍ର କୁମାର ମଲ୍ଲ, ସୁଶ୍ରୀ ଭାଗ୍ୟଲକ୍ଷ୍ମୀ ନାୟକ, ପୃଥ୍ୱୀରାଜ ପହି, ଶ୍ରୀକାନ୍ତ ସାହୁ, ଲିପ୍ସା ମଲ୍ଲିକ, ଅର୍ପିତା ବିଶ୍ୱାଳ, ରାକ୍ଷୀ ସାହୁ, ଜଳଧର ସେଠୀ, ରାଜେନ୍ଦ୍ର ମହାନ୍ତି, ସବିତା ରାଉତ, ଜ୍ୟୋତିର୍ମୟୀ ଜେନା, ଚନ୍ଦନ ବିଶ୍ୱାଳ, ପାର୍ବତୀ ମାଝୀ, ରେଖାଶ୍ରୀ ମହାନ୍ତି, ପି୍ରୟରଞ୍ଜନ ବଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରିଥିଲେ ।

 

 

Leave A Reply

Your email address will not be published.