ଆରଏସପି  ଦ୍ଵାରା ପାର୍ଶ୍ଵାଞ୍ଚଳ ଗ୍ରାମଗୁଡିକରେ ଏକ ଲକ୍ଷ ବୃକ୍ଷଚାରା ବଣ୍ଟନର ଶୁଭାରମ୍ଭ 

0

31-07-18-rsp.jpg - 138.98 kB

ଚାରା ସହିତ ହିତାଧିକାରୀମାନଙ୍କୁ ବୃକ୍ଷ ପାସବୁକ ପ୍ରଦାନ କରାଯାଉଛି ଯେଉଁଥିରେ ପ୍ରଦତ୍ତ ବୃକ୍ଷଚାରା ସମ୍ବନ୍ଧୀୟ ସମସ୍ତ ତଥ୍ୟ ରହିବ। ଏହାବ୍ୟତୀତ ବୃକ୍ଷଚାରା ବଞ୍ଚିରହିବା ଆଧାରରେ ହିତାଧିକାରୀମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। 

 

ରାଉରକେଲା/ ସୁଶାନ୍ତ ବେହେରା : ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଉରକେଲା ଇସ୍ପାତ କାରଖାନା ଓଡିଶା ସରକାରଙ୍କ ବନ ବିଭାଗର ସହଯୋଗରେ ପାର୍ଶ୍ଵାଞ୍ଚଳ ଗ୍ରାମଗୁଡିକରେ ମାଗଣାରେ ଏକ ଲକ୍ଷ ବୃକ୍ଷଚାରା ବଣ୍ଟନ କରୁଛି। ଏଥିନିମନ୍ତେ ଚଳିତ ବର୍ଷ ଆରଏସପି ୨୦.୮୭ ଲକ୍ଷ ଟଙ୍କା ବ୍ୟୟ କରୁଛି । ଏହି ବୃକ୍ଷଚାରାଗୁଡିକୁ ପୂର୍ବରୁ ଚିହ୍ନଟ ହୋଇଥିବା ଛଅଟି ଫରେଷ୍ଟ ରେଞ୍ଜ ଯଥା ପାନପୋଷ, କୁଆଁରମୁଣ୍ଡା, ବିରମିତ୍ରପୁର, ବାଙ୍କି, ବିଶ୍ରା, ରାଜଗାଙ୍ଗପୁର ଅଞ୍ଚଳରେ ବିତରଣ କରାଯିବ। ଗ୍ରାମବାସୀମାନଙ୍କ ମଧ୍ୟରେ ବିତରଣ କରାଯାଉଥିବା ୧ ଲକ୍ଷ ବୃକ୍ଷଚାରା ମଧ୍ୟରୁ ୫୦ ହଜାର ଫଳ ବୃକ୍ଷଚାରା, ଶୋଭାବର୍ଦ୍ଧନକାରୀ ଓ ଔଷଧୀୟ ବୃକ୍ଷଚାରା ରହିଥିବା ବେଳେ ଅବଶିଷ୍ଟ ୫୦ ହଜାର କାଠ ନିମନ୍ତେ ଉପଯୋଗୀ ବୃକ୍ଷଚାରା ରହିଛି। 

ଏହି ପ୍ରୟାସ ଅଧୀନରେ ଚଳିତ ବର୍ଷ ଏକ ଅନନ୍ୟ ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନା ଅନ୍ତର୍ଗତ ହିତାଧିକାରୀମାନଙ୍କୁ ବୃକ୍ଷ ପାସବୁକ ପ୍ରଦାନ କରାଯାଉଛି ଯେଉଁଥିରେ ପ୍ରଦତ୍ତ ବୃକ୍ଷଚାରା ସମ୍ବନ୍ଧୀୟ ସମସ୍ତ ତଥ୍ୟ ରହିବ। ଏହାବ୍ୟତୀତ ବୃକ୍ଷଚାରା ବଞ୍ଚିରହିବା ଆଧାରରେ ହିତାଧିକାରୀମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। 

ଏହି କ୍ରମରେ ଲାଠିକଟା ବ୍ଲକ ଅନ୍ତର୍ଗତ ଏର୍ଗେଡା ଗ୍ରାମରେ ଜୁଲାଇ ୨୭ ତାରିଖରେ ରାଉରକେଲା ବନ ଡିଭିଜନ ଦ୍ଵାରା ଏକ ଏନଜିଓ, ଇକୋ ଗୃପ ସହଯୋଗରେ ମାଗଣା ବୃକ୍ଷଚାରା ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଉରକେଲା ଡ଼ିଏଫଓ,  ଏସ କେ ସ୍ଵାଇଁ, ଆଇଏଫଏସ, ଆରଏସପି ସହରସେବା ବିଭାଗର ଜିଏମ,ଏନ କେ ସାମନ୍ତରାୟ, ଆରଏସପି ଉଦ୍ୟାନକୃଷି ବିଭାଗର ସିନିୟର ମ୍ୟାନେଜର, ଡକ୍ଟର ଏ ବିଶ୍ଵାସ ତଥା ଆରଏସପି ଓ ବନ ବିଭାଗର ବହୁ ଅଧିକାରୀ ଉପସ୍ଥିତ ଥିଲେ। ଏର୍ଗେଡା ବନ ସୁରକ୍ଷା ସମିତି ର ସମ୍ପାଦକ,  ମୋହନ କୁମାର ସିଂହ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଇକୋ ଗୃପର ସମ୍ପାଦକ,  ଅଦୈତ ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ। ଉକ୍ତ ଉତ୍ସବରେ ୩୭ ଟି ଭିନ୍ନଭିନ୍ନ କିସମର ୧୬୫୫ଟି ଫଳ ବୃକ୍ଷ, ଶୋଭାବର୍ଦ୍ଧନକାରୀ ଓ ଔଷଧୀୟ ବୃକ୍ଷଚାରା ୬୪ ଜଣ ହିତାଧିକାରୀଙ୍କୁ ବିତରଣ କରାଯାଇଥିଲା। 

ଏହି ଅବସରରେ ନିଜର ଅଭିଭାଷଣରେ  ଏସ କେ ସ୍ଵାଇଁ ଆରଏସପି ଦ୍ଵାରା ମାଗଣାରେ ବୃକ୍ଷଚାରା ବିତରଣ ତଥା ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ ପ୍ରୟାସର ଉଚ୍ଚ ପ୍ରଶଂସା କରିଥିଲେ।  ଏନ କେ ସାମନ୍ତରାୟ ନିଜର ବକ୍ତବ୍ୟରେ ବୃକ୍ଷରୋପଣ ଦ୍ଵାରା କିଭଳି ପରିବେଶ ସୁରକ୍ଷା ହେବାସଙ୍ଗେସଙ୍ଗେ ଲୋକଙ୍କୁ ଉପାର୍ଜ୍ଜନ ଆଣିପାରିବ, ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଉତ୍ସବ ଶେଷରେ ଏର୍ଡେଗା ବନ ସୁରକ୍ଷା ସମିତି ବୈଠକ ହଲ ନିକଟରେ ଅତିଥିମାନେ ବୃକ୍ଷଚାରା ରୋପଣ କରିଥିଲେ ।   

 

Leave A Reply

Your email address will not be published.