ରାଜ୍ୟପାଳ ଟ୍ରଫି ପାଇଁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା

0

 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟପାଳ ଟ୍ରଫି ପାଇଁ ଗଜପତି ଜିଲ୍ଲା ସଂସ୍କୃତି ପରିସର ତରଫରୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ପରିସରରେ ରାଜ୍ୟପାଳ ଟ୍ରଫି ପାଇଁ ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ଓ ପୌରାଞ୍ଚଳର ପ୍ରତିଯୋଗିତାରେ  ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ କନିଷ୍ଠ ବର୍ଗର ଓଡିଶୀରେ ତନିଶା ବେବର୍ତ୍ତା, କଣ୍ଠ ସଙ୍ଗୀତରେ ଅମନ ବେହେରା, ଲୋକନୃତ୍ୟରେ ତସଲିମା ବେଗମ,ଚିତ୍ରାଙ୍କନରେ ନୂତନ ରଇତ ପ୍ରଥମ ହୋଇଥିବା ବେଳେ ବରିଷ୍ଠ ବର୍ଗରେ ଓଡିଶୀରେ ଶିବାନୀ ପଟ୍ଟନାୟକ କଣ୍ଠ ସଙ୍ଗୀତରେ ଆଶୁତୋଷ ମିଶ୍ର, ଲୋକନୃତ୍ୟରେ ସୋନାଲି ମାଳିି,ଚିତ୍ରାଙ୍କନରେ କେଶବ ରଇତ ପ୍ରଥମ ସ୍ଥାନ ହୋଇଛନ୍ତି । ଗଜପତି ଜିଲ୍ଲାରୁ ଉଭୟ କନିଷ୍ଠ ବରିଷ୍ଠ ବର୍ଗରୁ ୮ଜଣ ପ୍ରତିଯୋଗି ରାଜ୍ୟ ସ୍ତର ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ବିଚାରକ ଭାବେ ଶୁଭେନ୍ଦୁ ସେନପତି ରଘୁନାଥ ପାତ୍ର, ଶେଷ ଦେବନାଥ ରହିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ ଓ କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ ।

Leave A Reply

Your email address will not be published.