କ୍ରିଷ୍ଣା କପ୍ କ୍ରିକେଟ୍: ସେମିରେ ଦହିଗାଁ

0

ପଦ୍ମପୁର : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୨୦ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନ ପ୍ରଥମ ମ୍ୟାଚରେ ଦହିଗାଁ ଦଳ କୁଚିପାଲି ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚ ରେ ଗ୍ରିଞ୍ଜେଲ ଦଳ ମହୁଲପାଲି କେସିସି ଦଳକୁ ହରାଇ କ୍ବାଟର ଫାଇନାଲ ରେ ପ୍ରବେଶ କରିଥିଲେ। କ୍ବାଟର ଫାଇନାଲ ମ୍ୟାଚ ରେ ଦହିଗାଁ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୯ ଉଇକେଟ ରେ ୯୬ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ଗ୍ରିଞ୍ଜେଲ ଦଳ ସମସ୍ତ ଉଇକେଟ ହରାଇ ୬୩ ରନ କରି ପରାଜିତ ହୋଇଥିଲେ। ମ୍ୟାଚ ଶେଷରେ ସୁରେନ୍ଦ୍ର ସାହୁ ମୁଖ୍ୟ ଅତିଥି ଓ ସୁଶିଲ ସେଠ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଦହିଗାଁ ଦଳର କିଶୋର ଙ୍କୁ ମେନ ଅଫ ଦି ମେଚ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ଦୀନେଶ, ତୀର୍ଥ, ସନମ ଓ ପ୍ରତାପ ଅମ୍ପାୟାରିଂ, ସ୍ବରାଜ ଓ ସୁଜିତ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ। ଅନୀଲ ଓ ଦିଲୀପ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ। ଅରବିନ୍ଦ, ବାଦଲ, ଆକାଶ, ମନଜିତ, ମନିଷ, ନିତିନ, ସ୍ବୟଂ, ଛୋଟୁ, ନିଖିଲ ଆଦି ସହଯୋଗ କରିଥିଲେ। ଆସନ୍ତାକାଲି ପ୍ରଥମ ସେମିଫାଇନାଲ ଉପରବାହାଲ ଓ ଖଲାବାହାଲ ମଧ୍ୟରେ ଏବଂ ଦ୍ବିତୀୟ ସେମିଫାଇନାଲ ବାଟତେରମା ଓ ଦହିଗାଁ ମଧ୍ୟରେ ଖେଳାଯିବ।

Leave A Reply

Your email address will not be published.