ବିଜେପି ତରଫରୁ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୭ତମ ଜନ୍ମଜୟନ୍ତୀ ଓ ସୁଶାସନ ଦିବସ ପାଳିତ

0

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗି) -ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ୯୭ତମ ଜନ୍ମଜୟନ୍ତୀ ଓ ସୁଶାସନ ଦିବସ ନିଶ୍ଚିନ୍ତକୋଇଲି ବ୍ଲକ କୋଲଣପୁର ପଂଚାୟତରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ବିଜେପି ଯୁବ ନେତା ଶାରଦା ପ୍ରଧାନ ସଭାପତିତ୍ୱ କରିଥିଲେ ଏବଂ ସ୍ୱର୍ଗତ ଅଟଳବିହାରୀ ବାଜପେୟୀ ଆଧୁନିକ ଭାରତର ନିର୍ମାତା ତଥା ଦେଶର ମହାନ ଜନନାୟକ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ସଭାନେତ୍ରୀ ଯାଞ୍ଜସେନୀ ଜେନା, କୋଲଣପୁର ବିଜେପି ପଂଚାୟତ ସଭାପତି ରବିନାରାୟଣ ମହାପାତ୍ର, ଶାରଦା ମିଶ୍ର,ମଣ୍ଡଳ ସଭାପତି କୈଳାସ ବେହେରା,ଅଶୋକ ସାହୁ,ରଞ୍ଜନ କୁମାର ରାଉତ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିବେକ ବେହେରା,କ୍ଷୀରୋଦ ପରିଡ଼ା,ସନ୍ତୋଷ କାପ, ଜିଲ୍ଲାପ୍ରତିନିଧି ହେମନ୍ତ ରାଉତ, ମହିଳା ନେତ୍ରୀ କଲ୍ୟାଣୀ ସେଠୀ,ରାକେଶ ସେଠୀଙ୍କ ସମେତ ବହୁ ବିଜେପି ନେତା ଯୋଗଦାନ କରି ସ୍ୱର୍ଗତ ବାଜପେୟୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ତାଙ୍କର ବହୁମୁଖୀ ପ୍ରତିଭା ସମ୍ପର୍କରେ ଗଭୀର ଭାବେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.