ୱାର୍ଡ଼ ନଂ – ୨୫ରେ ସ୍ମାର୍ଟ କାର୍ଡ ବଣ୍ଟନ !

0

ଭୁବନେଶ୍ୱର : ଶୁକ୍ରବାର ଦିନ ୱାର୍ଡ ନମ୍ବର ୨୫ ଠାରେ ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତଙ୍କ ଦ୍ଵାରା ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ ଶୁଭାରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ଶ୍ରୀ ରାଉତ ୱାର୍ଡ଼ ନମ୍ବର ୨୫ ର ୨୦୦୦ ରୁ ଉର୍ଷ ହିତାଧୁକାରୀ ଙ୍କୁ ସ୍ମାର୍ଟ କାର୍ଡ ବନ ପ୍ରାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଗତ ଅଗଷ୍ଟ ୧୫ ରୁ ଉନ୍ମୋଚିତ ସ୍ମାର୍ଟ କାର୍ଡ ଟି ଅଦ୍ୟାବଧୂ ସମଗ୍ର ଓଡିଶାର ପ୍ରତ୍ୟେକ ଜିଲ୍ଲାରେ ବଣ୍ଟନ କାର୍ଯ୍ୟକ୍ରମ ପ୍ରାରମ୍ଭ କରାଯାଇଛି। ଏହି କାର୍ଡ ଜରିଆରେ ପ୍ରତ୍ୟେକ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ବିଜୁ କୃଷକ କଲ୍ୟାଣ ଯୋଜନା, ବିଜୁ ଶ୍ରମିକ କଲ୍ୟାଣ ଯୋଜନା ଅନ୍ତର୍ଗତ ହିତାଧୁକାରୀଙ୍କ ପରିବାରର ପୁରୁଷ ସଦସ୍ୟ ଙ୍କ ନିମନ୍ତେ ୫ ଲକ୍ଷ ଏବଂ ମହିଳା ସଦସ୍ୟଙ୍କ ନିମନ୍ତେ ୧୦ ଲକ୍ଷ ପର୍ଯ୍ୟନ୍ତ ନିଶୁକ୍ଳ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ସମଗ୍ର ଭାରତ ବର୍ଷରେ ଏକ ପଥ ପ୍ରଦର୍ଶକ ଭାବେ ପରିଗଣିତ ହୋଇଛି ବୋଲି ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ।

ଭୁବନେଶ୍ବର ମହାନଗର ନିଗମ ର ଦକ୍ଷିଣ ପଶ୍ଚିମ ଜୋନ୍ ଉପ ଆୟୁକ୍ତ ଶ୍ରୀ ରବିନାରାୟଣ ଜେଟ୍ଟିଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୱାର୍ଡ ଅନ୍ତର୍ଗତ ପ୍ରାୟ ୨୦୦୦ ରୁ ଉର୍ଦ୍ଧ ହିତାଧୁକାରୀ ମାନଙ୍କୁ ଏହି କାର୍ଡ ବଣ୍ଟନ କରାଯିବ । ଅନ୍ୟମାନଙ୍କ ମଧ୍ୟରେ ନୂଆପଲ୍ଲୀ କମ୍ୟୁନିଟି କେୟାର ଆସୋସିଏସନର ସମ୍ପାଦକ ଶ୍ରୀ ସଂଜୀବ ପତି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପ୍ରଣିତ ଏହି ଗରିବ କଲ୍ୟାଣ ଯୋଜନା ର ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥ ଭାବେ ଯୁବ ସମାଜସେବୀ ଶ୍ରୀ ଦେବାଶିଷ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଟିର ଉପାଦେୟତା ସମ୍ବନ୍ଧରେ ଆଲୋକପାତ କରିଥିଲେ। ପୂର୍ବତନ କର୍ପୋରେଟର ଶ୍ରୀ ସମୀର ପ୍ରଧାନ ଅନ୍ୟତମ ସମ୍ମାନିତ ଅତିଥଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଓଡିଶାର ଜନସାଧାରଣଙ୍କ ପରିବାର କଲ୍ୟାଣ ନିମନ୍ତେ ଏହି ଯୋଜନା ଉପରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ୱାର୍ଡ଼ ନମ୍ବର ୨୫ ର ପୂର୍ବତନ କର୍ପୋରେଟର ମାନସୀ ସୁନ୍ଦର ରାୟ । ୱାର୍ଡ ର ଜନସାଧାରଣଙ୍କ ପରିବାର ସୁରକ୍ଷା କ୍ଷେତ୍ରରେ ଏହି ପଦକ୍ଷେପ ନିମନ୍ତେ  ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

କାର୍ଯ୍ୟକ୍ରମକୁ ଶ୍ରୀ ଯୁବ ସମାଜ ସେବୀ ସ୍ନେହାଶିସ୍ ସାମଲ, ଶ୍ରୀ ଦିଲୀପ ଦଳେଇ, ଅଜୟ ସିଂହ, ଚନ୍ଦ୍ର ଶେଖର ନାୟକ, ଆୟୁଷ୍ମାନ୍ ପ୍ରଧାନ, ପଙ୍କଜ ଦାସ, ଚନ୍ଦନ ପଳେଇ, ସଂଜୀବ ସାହୁ, ଜଗନ୍ନାଥ ରାଓ, ସ୍ଥାନୀୟ ବସ୍ତି କମିଟି ସଦସ୍ୟ ଦିଗମ୍ବର ବେହେରା, ମୁରଲୀ ସେଠି, ରାମଚନ୍ଦ୍ର ପ୍ରଧାନ, ରଙ୍ଗଧର ପ୍ରହରାଜ, ବିଜୟ ଚମ୍ପତ୍ତରାୟ, କୈଳାସ ବେହେରା, ସଞ୍ଜୁ ଲତା ବେହେରା, ପ୍ରମିଳା ମହାରଣା, ରୀତାଞ୍ଜଳୀ ରାୟ, ପୁଷ୍ପା ଦାସ, ରଶ୍ମିତା ପୃଷ୍ଟି ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.