ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା  ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ସତ୍ୟବାଦୀବାସୀଙ୍କ  ସମ୍ବର୍ଦ୍ଧନା

0

 

ଭୁବନେଶ୍ୱର:  ଐତିହ୍ୟ କ୍ୟାବିନେଟ୍‍ର ପ୍ରଥମ ବୈଠକରେ ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା  ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା  ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ । ଉକ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା  ହେବା ଫଳରେ ସାଢେ଼ ୪କୋଟି ଓଡ଼ିଆଙ୍କ ସ୍ୱପ୍ନ ସାକାର ହେବା ସଂଗେ ସଂଗେ ଓଡ଼ିଆ ଭାଷାର ବିକାଶ ସାଧିତ ହୋଇପାରିବ । ଓଡ଼ିଆ ବିଶ୍ୱବିଦ୍ୟାଳୟ ମାଧ୍ୟମରେ ହଜାର ହଜାର ଛାତ୍ରଛାତ୍ରୀ ନିଜ ମାତୃଭାଷାର ବିକାଶ ସହ ଭବିଷ୍ୟତ ଗଠନ କରିପାରିବେ । ଏହାଦ୍ୱାରା ଓଡ଼ିଆ ଭାଷା ପ୍ରତି ସୃଷ୍ଟି ହୋଇଥିବା ଅନାଗ୍ରହ ଦୂର ହେବା ସହିତ ଓଡ଼ିଶାର ଉତ୍ତୋରତ୍ତର ବିକାଶ ସାଧିତ ହୋଇପାରିବ । କୋଟି କୋଟି ଓଡ଼ିଆଙ୍କ ମନର କଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁଭବ କରିବା ସହିତ ଏହାକୁ କାର୍ଯ୍ୟରେ ପରିଣତ କରିପାରିଛନ୍ତି । ଏଭଳି ଭାଷାଭିତ୍ତିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା  ନିଷ୍ପତ୍ତି ପାଇଁ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀବାସୀ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଏହି ଉପଲକ୍ଷେ ନବୀନ ନିବାସ ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନେତୃତ୍ୱରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ସରପଞ୍ଚ ଓ ସମିତି ସଭ୍ୟ ସଂଘ, ବରିଷ୍ଠ  ନାଗରିକ ସଂଘ, ପୂର୍ବତନ ଶିକ୍ଷକ ସଂଘ, ଆଇନ୍‍ଜୀବୀ ସଂଘ, ମହିଳା ମହାସଂଘ, ଦଳିତ ସଂଘ, ଯାଦବ ସଂଘ, ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ଶିକ୍ଷକ ସଂଘ ଓ ଛାତ୍ର ସଂଘ, ଦୟା ବିହାର କଲେଜ୍‍, କଣାସ କଲେଜ୍‍, ୧୪ ମୌଜା ବିଦ୍ୟୁତ କଲେଜ , ମତ୍ସ୍ୟଜୀବୀ ସଂଘ, ନୀଳାଚଳ ସେବା ପ୍ରତିଷ୍ଠାନ  ସ୍ୱେଚ୍ଛାସେବୀ ସଂଗଠନ, ସ୍ୱାଦ ସ୍ୱେଚ୍ଛାସେବୀ ସଂଗଠନ, ସତ୍ୟବାଦୀ ସାଂସ୍କୃତିକ ମଣ୍ଡଳୀ, ପାଇକ ଆଖଡ଼ା ସଂଘ, କୃଷକ ସଂଗଠନ, ସାମ୍ବାଦିକ ସଂଘ, ଭିନ୍ନକ୍ଷମ ସଂଘ, ବିଜୁ ଯୁବ ବାହିନୀ ସମେତ ହଜାର ହଜାର ସଂଖ୍ୟାରେ ବୁଦ୍ଧିଜୀବୀ, ଶିକ୍ଷାବିତ୍‍ ଏକତ୍ରିତ ହୋଇ  ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ମୁଖ୍ୟମନ୍ତ୍ରୀ ଏହାର ଉତ୍ତରରେ ସତ୍ୟବାଦୀରୁ ଆସିଥିବା ସମସ୍ତ ସଂଗଠନର କର୍ମକର୍ତ୍ତା ଓ ଜନପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏହି ସମ୍ବର୍ଦ୍ଧନା ଉତ୍ସବରେ ମନ୍ତ୍ରୀ ପ୍ରଦୀପ ମହାରଥୀ, ବ୍ରହ୍ମଗିରି ବିଧାୟକ ସଂଜୟ କୁମାର ଦାସବର୍ମା, ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷା  ସସ୍ମିତା ପ୍ରଧାନ, କଣାସ ବ୍ଲକ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସେଠୀ, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା  ଦିପ୍ତୀରାଣୀ ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ ଧୃବ ଦାସ, ପ୍ରହଲ୍ଲାଦ ଭାତୁଆରୀ,  ଚନ୍ଦନ ରାୟ, ନୀଳମଣୀ ସେଠୀ,  ନିର୍ମଳା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.