ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ବ୍ଳକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଉଲ୍ଲାସ ରାଉତଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵବଧାନରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତ୍ତୀ ଓ ମାନସ ସରୋବର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ. ପ୍ରଦୀପ ପାତ୍ର ଯୋଗ ଦେଇ ଉଦଘାଟନ କରିଥିଲେ। ପରିସର ମଧ୍ୟରେ ଅପୂର୍ବ କାରୁକାର୍ଯ୍ୟରେ ସୁଶୋଭିତ ବୁଦ୍ଧଙ୍କ ପଥର ପ୍ରତି ମୂର୍ତ୍ତୀକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ରିବନ କାଟି ଓ ପ୍ରଦୀପ ପ୍ରଜ୍ଜଳନ କରି ଉନ୍ମୋଚନ କରିଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରୋଗୀ ଓ ଭୋଗୀଙ୍କୁ ଆକୃଷ୍ଟ କରିବା ପାଇଁ ମାନସ ସରୋବର ଓ ବିଭିନ୍ନ ପ୍ରଜାତିର ଔଷଧୀୟ ବୃକ୍ଷ କଳା ହଳଦୀ , ଅଁଳା , ପିପ୍ପଳି , ଗୁଳୁଚି , ପାତାଳ ଗରୁଡ , କର୍ପୁର ତୁଳସୀ , ନାଗେଶ୍ଵର , ବଜ୍ରମାଳି , ବାହାଡା, ଆୟାଶାଳ , ଶ୍ଵେତଜିତା , ଅଶୋକ ଆଦି ଚାରାର ସମ୍ଭାର ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରିଣୀ ଡ. ନମିତା ପଣ୍ଡାଙ୍କ ସମେତ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡ.ଏନ୍.ଜୟପ୍ରକାଶ , ଡ. ପ୍ରଜ୍ଞା ବେହେରା , ପ୍ରିୟବ୍ରତ ଦାଶ , ଦେବରାଜ କର , ବରିଷ୍ଠ ଫାର୍ମାଶିଷ୍ଟ ସନ୍ତୋଷ ସୁବୁଦ୍ଧି , ରଘୁନାଥ ବେହେରାଙ୍କ ସମେତ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
ମିଶନ ଶକ୍ତି-ବ୍ୟାଙ୍କ ସାଥୀ ନିମନ୍ତେ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନଙ୍କ ପାଇଁ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ
Next Post