ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ଅନୁଷ୍ଠାନର ସଭା କକ୍ଷରେ ମିଶନ ଶକ୍ତି-ବ୍ୟାଙ୍କ ସାଥୀ ନିମନ୍ତେ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କ ପାଇଁ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି।
ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀ ଦିଲୀପ କୁମାର ମହାରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟ ଅତିଥି ରୂପେ ଲିଡ ବ୍ୟାଙ୍କ ମ୍ୟାନେଜର କିଶୋର ଚନ୍ଦ୍ର ନାୟକ, ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ କେନ୍ଦ୍ର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ବ୍ରହ୍ମା , ଜିଲ୍ଲା ମିଶନ ଶକ୍ତି ପ୍ରକଳ୍ପ ସଂଯୋଜକ ଶ୍ରୀ ରଶ୍ମି ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ମୁଖ୍ୟ ଅତିଥି ଏହି ଶିବିରରେ ଯୋଗ ଦେଇଥିବା ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ବ୍ୟାଙ୍କ ସାଥି ନିମନ୍ତେ ଆବଶ୍ୟକୀୟ ଉପକରଣ ଯଥା :- ମିନି ପ୍ରିଣ୍ଟର , ମିନି ଏଟିଏମ୍ ମେସିନ , ଫିଙ୍ଗର scanner ଇତ୍ୟାଦି ପ୍ରଦାନ କରିଥିଲେ।
ଏହା ସହିତ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ମିଶନ ଶକ୍ତି -ବ୍ୟାଙ୍କ ସାଥୀ ରୂପେ କିଭଳି ଲାଭବାନ ହୋଇପାରିବେ ତାହା ବୁଝାଇ କହିଥିଲେ। ଜିଲ୍ଲା ପ୍ରକଳ୍ପ ସଂଯୋଜକ ମିଶନ ଶକ୍ତି ଶ୍ରୀ ରଶ୍ମି ରଞ୍ଜନ ସେଠୀ ମିଶନ ଶକ୍ତି ବିଭାଗର ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିବା ସହିତ ବ୍ୟାଙ୍କିଂ ସେବା କିଭଳି ବ୍ୟାଙ୍କ ବିହୀନ ପଞ୍ଚାୟତ ମାନଙ୍କରେ ପହଞ୍ଚିପାରିବ ସେହି ବିଷୟରେ ନବ ନିଯୁକ୍ତ ବ୍ୟାଙ୍କ ସାଥୀ ମାନଙ୍କୁ ବୁଝାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ୭ ଗୋଟି ବ୍ଲକର ୬୬ ଜଣ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ବ୍ୟାଙ୍କ ସାଥୀ ରୂପେ ନିଯୁକ୍ତି ଦିଆଯାଇ ଆବଶ୍ୟକୀୟ ଉପକରଣ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ମନସ୍ମିତା ପାତ୍ର ଯୋଗ ଦେଇଥିବା ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post