ଆଞ୍ଚଳିକସ୍ତରୀୟ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଉଦଘାଟିତ

0


ନୟାଗଡ଼ (ବିଶ୍ୱଜିତ ନାୟକ )- ନୟାଗଡ଼ ପୁରୁଣା ସହରଠାରେ ମା ଦକ୍ଷିଣକାଳୀଙ୍କ ପଡ଼ିଆ ପ୍ରାଙ୍ଗଣରେ ଆଜି ଆଞ୍ଚଳିକ ସ୍ତରୀୟ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗଦେଇ ଉଦଘାଟନ କରିହିଲେ । ଉକ୍ତ କଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ଡା. ପୋମା ଟୁଡୁ, ଓଡ଼ିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଂଜନ କୁମାର ଦାସ, ଓଡ଼ିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲ ବିଶୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ, ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ଶରତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଆମ ପରିଚୟ ଆମ ଲୋକ କଳାର ପଚାର ପ୍ରସାରକୁ ଆହୁରି ବ୍ୟାପକ କରି ଜନ ମାସରେ ଏହାର ଆଦୃତିକୁ ଦ୍ୱିଗୁଣିତ କରିବାପାଇଁ ଆଞ୍ଚଳିକ ସ୍ତରୀୟ ଆମ ଲୋକ କଳା ଆମସଂସ୍କୃତି କଯ୍ୟକ୍ରମ ବିଭିନ୍ନ ଜିଲ୍ଲା ମାନଙ୍କରେ ଅନୁଷ୍ଠିତ ହେଉଛି ।ଲୋକକଳା କେବେଳ ମନୋରଞ୍ଜନର ମାଧ୍ୟମ ନୁହେଁ ବରଂ ଲୋକକଳା ଆମ ସାମାଜିକ ଜୀବନ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଲୋକକଳାକୁ ଆହୁରି ରୁଦ୍ଧିମନ୍ତ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ୧ ଏପ୍ରିଲ ୨୦୧୧ ରେ ରାଜ୍ୟ ଲୋକକଳା ସଂଘର ଶୁଭାରମ୍ଭ କରାଯାଇଥିଲା ।

Leave A Reply

Your email address will not be published.