ନୟାଗଡରେ ପଲ୍ଲୀଶ୍ରୀ ମେଳା ଉଦଘାଟିତ

0

ନୟାଗଡ଼ (ବିଶ୍ୱଜିତ ନାୟକ) -ନୟାଗଡ ମହୋତ୍ସବ ପଡିଆ ଠାରେ ଆଜି ପଲ୍ଲୀଶ୍ରୀ ମେଳା ଉଦଘାଟିତ ହୋଇଯାଇଛି ।ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ନୟାଗଡ ବିଧାୟକ ତଥା ଉଚ୍ଚ ଶିକ୍ଷା, କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗଦେଇ ଏହାକୁ ଉଦଘାଟନ କରିହିଲେ ।ଏହି ଉତ୍ସବର ମୂଖ୍ୟ ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଲୋକମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀକୁ ସହରାଞ୍ଚରେ ବିକ୍ରି କରି ନିଯେ ଆତ୍ମନିର୍ଭରଶୀଳ ହେବା ଏବଂ ସହରାଞ୍ଚଳ ଲୋକମାନଙ୍କ ସହ ଭାବ ଆଦାନ ପ୍ରଦାନ କରିବା ।ଓରମାସ ଓ ମିଶନ ଶକ୍ତି ଦ୍ଵାରା ଆୟୋଜିତ ଏହି କାଯ୍ୟକ୍ରମକୁ ମନ୍ତ୍ରୀ ପ୍ରଶଂସା କରିଥିଲେ ।ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତିକୁ ଅଧିକ ଗୁରୁତ୍ଵ ଦେଇଆସୁଥିବା ବେଳେ ଉକ୍ତ ବର୍ଷ ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ ୬ହଜାର କୋଟିର ସହାୟତା ପ୍ରଦାନ କରାଗଲାଣି ବୋଲି ମନ୍ତ୍ରୀ କହିଥିଲେ । ୮୩ଟି ସ୍ୱୟଂସହାୟକ ଗୋଷ୍ଠି ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଉତ୍ପାଦନ ଦ୍ରବ୍ୟ ଏଠାରେ ସ୍ଥାନ ପାଇଛି ।ଏଠାରେ ୧୧୦ ଟି ଷ୍ଟଲ ମିର୍ମାଣ କରାଯାଇଛି ।ଉକ୍ତ ପଲ୍ଲୀଶ୍ରୀ ମେଳା ଆଜିଠାରୁ ୨୮ ତାରିଖ ପଯ୍ୟନ୍ତ ଚାଲୁ ରହିବ ।

Leave A Reply

Your email address will not be published.