ଇମ୍ଫା ଥେରୁବାଲିକୁ କଳିଙ୍ଗ ସୁରକ୍ଷା ପୁରସ୍କାର ପ୍ରଦାନ

0

ରାୟଗଡା(ସରୋଜ କୁମାର ସାହୁ) : ଇଣ୍ଡିଆନ ମେଟାଲସ୍ ଆଣ୍ଡ ଫେରୋ ଆଲୋଏଜ ଲିମିଟେଡ ଥେରୁବାଲିକୁ ସୁରକ୍ଷା ନିରାପତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଳିଙ୍ଗ ସୁରକ୍ଷା ପୁରସ୍କାର (ରୌପ୍ୟ ପଦକ) ୨୦୨୦ ମିଳିଛି । ଭୂବନେଶ୍ୱର ଠାରେ ଥିବା ହୋଟେଲ ନିୟୁ ମାରିୟନରେ ଆୟୋଜିତ କାର୍ଯ୍ୟକ୍ରମରେ ସୁରକ୍ଷା କନକ୍ଲେଭରେ ଓଡିଶାର ବାଚସ୍ପତି ଡଃ. ସୂର୍ଯ୍ୟ ନାରାୟଣ ପାତ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବାଙ୍ଗଲାଦେଶର ଡେପୁଟି ହାଇକମିଶନର ଶ୍ରୀ ତଫିକ ହସନ, ଶ୍ରୀ ଅଶୋକ କୁମାର ତ୍ରୀପାଠୀ ଅବସରପ୍ରାପ୍ତ ଆଇ.ଏ.ଏସ, ଶ୍ରୀ ଏନ. ଥିରୁମାଳା ନାଏକ (ଆଇ.ଏ.ଏସ) ଲେବର କମିଶନର ଓ ନିର୍ଦେଶକ କାରଖାନା ଓ ବାଷ୍ପୀୟ ବିଭାଗ ଓଡିଶା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବାଙ୍ଗଲାଦେଶ ଡେପୁଟି ହାଇ କମିଶନର ଶ୍ରୀ ହସନଙ୍କ ଠାରୁ ଇମ୍ଫା ଥେରୁବାଲିର ମେକାନିକ ବିଭାଗର ମୂଖ୍ୟ ଶ୍ରୀ ରାମ କୃଷ୍ନ ତ୍ରିପାଠୀ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଳିଙ୍ଗ ସୁରକ୍ଷା ପୁରସ୍କାର (ରୋପ୍ୟ ପଦକ) ଗ୍ରହଣ କରିଥିଲେ । ଏହି ସଫଳତା ପାଇଁ ଇମ୍ଫା ଥେରୁବାଲିର ମୁଖ୍ୟ ଶ୍ରୀ କେ. ଭି. ରାଓ ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସୁରକ୍ଷା ନିୟମକୁ କଡାକଡି ଭାବେ ପାଳନ କରି ଧନ ଜୀବନକୁ ସୁରକ୍ଷିତ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.