ମୋହନାରେ ଅନୁସୂଚିତ ଜନଜାତି ଓ ଜାତି ସ୍ୱତନ୍ତ୍ର ସଚିବ

0 1

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନାକୁ ଦୁଇ ଦିନିଆ ଗ୍ରସ୍ତ କରିଛନ୍ତି ରାଜ୍ୟ ଅନୁସୂଚିତ ଜନଜାତି ଓ ଜାତି ସ୍ଵତନ୍ତ୍ର ସଚିବ ଶ୍ରୀଯୁକ୍ତ ପବିତ୍ର ମଣ୍ଡଳ।
ସେ ଆଦିବାସୀ ଛାତ୍ର ଛାତ୍ରୀମାନଙ୍କର ଉନ୍ନତି ପାଇଁ ଜାରି ରହିଥିବା ରାଜ୍ୟ ସରକାରଙ୍କର ବିଭିନ୍ନ ସ୍ୱତନ୍ତ୍ର ବିଦ୍ୟାଳୟର ଶ୍ରେଣୀ କୋଠରୀ ଓ ହଷ୍ଟେଲ ଗୃହ ଗୁଡିକୁ ଅନୁଧ୍ୟାନ କରିବା ସହିତ ସେମାନଙ୍କର ବିକାଶ ଆଶିବାରେ ସରକାରଙ୍କର ଉଦ୍ୟମ ଜାରି ରହିଥିବା କହିଥିଲେ।
ପ୍ରଥମ ଦିନରେ ସେ ସ୍ଥାନୀୟ ବ୍ଳକ ଅନ୍ତର୍ଗତ ବଡଖଣି ଆଶ୍ରମ ବିଦ୍ୟାଳୟ , ଲେମ୍ବାପଙ୍କା ଆଶ୍ରମ ବିଦ୍ୟାଳୟ ଓ ମୋହନା ସରକାରୀ ଉଚ୍ଚବିଦ୍ୟାଳୟ(ଏସଏସଡି)ର ବାଳିକା ଛାତ୍ରୀବାସ ଓ ବାଳକ ଛାତ୍ରାବାସର ନୂତନ କୋଠା ଏବଂ ନିର୍ମାଣାଧିନ କୋଠା ପରିଦର୍ଶନ କରିଥିଲେ। ହଷ୍ଟେଲର ଛାତ୍ରଛାତ୍ରୀ ମାନଙ୍କୁ ପାଠ ଉପରେ ପ୍ରଶ୍ନ ପଚାରିଥିଲେ। ବିଦ୍ୟାଳୟ ଗୁଡିକରେ ରହିଥିବା ସମସ୍ୟା ଗୁଡ଼ିକୁ ଯଥାଶୀଘ୍ର ପୂରଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ।
ସଚିବଙ୍କ ପରିଦର୍ଶନ ସମୟରେ ଜିଲ୍ଲା ପ୍ରକଳ୍ପ ପ୍ରଶାସକ ସରୋଜ ବେହେରା ଓ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ଥିଲେ

Leave A Reply

Your email address will not be published.