ବନ୍ଧକାଟିଆ ଠାରେ ୮ପଂଚାୟତର ଜନସାଧାରଣଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଂଟନ କଲେ ମନ୍ତ୍ରୀ ପ୍ରତାପ ଜେନା

0

ଲୁଣା ଚିତ୍ରୋତ୍ପଳା ଅଂଚଳର ଉନ୍ନତି, ନବୀନ ପଟ୍ଟନାୟକଙ୍କ ସରକାର କଥାରେ ନୁହେଁ କାମରେ କରି ଦେଖାଇଛି :ମନ୍ତ୍ରୀ ଶ୍ରୀ ଜେନା

ନିଶ୍ଚିନ୍ତକୋଇଲି,(ଦେବେନ୍ଦ୍ର ଷଢଙ୍ଗି): ରାଜ୍ୟ ପଂଚାୟତରାଜ,ଆଇନ,ପାନୀୟଜଳ,ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ଗ୍ରାମ ପଂଚାୟତ ଚକରପଡ଼ିଆ ଠାରେ ୮ଗୋଟି ପଂଚାୟତ ଯଥା-ଜମରା,ଝାଡେ଼ଶ୍ୱରପୁର,କେରିଲୋ, ଓରତି,ବନ୍ଧକାଟିଆ, ଦାଉଦପୁର ,ନଗସପୁର, ନରେନ୍ଦ୍ରପୁର ର ସମସ୍ତ ଜନସାଧାରଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଂଟନ କରିବା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ରାଶି ବଂଟନ କରିଥିଲେ । ପଂଚାୟତରାାଜ ମନ୍ତ୍ରୀ ପ୍ରତାପ ଜେନା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନବୀନ ସରକାରଙ୍କ ବହୁ ଜନହିତକର ଯୋଜନାରେ ପ୍ରତ୍ୟେକ ପରିବାର ଉପକୃତ ହୋଇଛନ୍ତି । ଏପରିକି ଏବେ ମଧ୍ୟ ପକ୍କାଘର ପାଇଥିବା ଗରିବ ହିତାଧିକାରୀ ମାନଙ୍କୁ ଖୁବଶୀଘ୍ର ସେମାନଙ୍କର ଘର ମରାମତି ଓ ରଙ୍ଗ କରିବା ପାଇଁ ୩ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବା ସହିତ କୋଭିଡ ପାଇଁ ପ୍ରତ୍ୟେକ ରେସନ୍ କାର୍ଡ ଧାରୀ ହିତାଧିକାରୀମାନଙ୍କୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମାଗଣା ୫କିଲୋ ଚାଉଳ ଓ ୧୦୦୦ଟଙ୍କା ଲେଖାଏଁ ପ୍ରଦାନ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ବୋଲି ମନ୍ତ୍ରୀ ପ୍ରତାପ ଜେନା ମତପ୍ରକାଶ କରିଥିଲେ । ଏପରିକି ନବୀନ ପଟ୍ଟନାୟକ ଜୀବନ ର ସୁରକ୍ଷା କବଚ ସଦୃଶ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସ୍ମାର୍ଟ କାର୍ଡ ଦ୍ୱାରା ପୁରୁଷଙ୍କୁ ୫ଲକ୍ଷ ଓ ମହିଳାମାନଙ୍କୁ ୧୦ଲକ୍ଷ ଟଙ୍କାର ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ।

ବିଡିଓ କର୍ଣ୍ଣଦେବ ସମାଦ୍ଧାରଙ୍କ ଅଧ୍ୟକ୍ଷତାରେ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସବିତା ଓଝା, ପ୍ରାକ୍ତନ ବ୍ଲକ ଅଧିକ୍ଷ ଗିରିଶ ମହାପାତ୍ର, ଜିଲ୍ଲା ପରିକ୍ଷଦ ସଭ୍ୟା ଗୀତାଂଜଳି ପଣ୍ଡା, ଯୁବନେତା ଅଶୋକ କୁମାର ଓଝା,ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି,ବ୍ଲକ ବିଜେଡି ଉପସଭାପତି ନଗେନ୍ଦ୍ର ଷକ୍ଷଙ୍ଗୀ, ଆତ୍ମା ସଭାପତି ହିମାଂଶୁ ଶେଖର ମହାନ୍ତି, ସିଡିପିଓ ଲୀଳାବତୀ ସେଠୀ, ସରପଂଚ ସୁଜାତା ଦାସ,ସୁଶାନ୍ତ ମଲିକ, ଜିତେନ୍ଦ୍ର ମିଶ୍ର, ବିପିନ ବିହାରୀ ସେଠୀ, ସୁଧାଂଶୁ ଭୂୟାଁ,ସରପଂଚଙ୍କ ପ୍ରତିନିଧି ରବୀନ୍ଦ୍ର ତ୍ରିପାଠୀ, ବିଭୂତି ଦାସ, ଦିବାକର ସାହୁ, ସମାଜସେବୀ ବ୍ରଜମୋହନ ପଣ୍ଡା,ସନ୍ତୋଷ କୁମାର ମହାନ୍ତି,ସମିତିସଭ୍ୟ ସୁତମ ବେହେରା,ପ୍ରହଲାଦ ଜେନା, ପ୍ରମୋଦ ପରିଡା, ତିତିଲି ଜେନା, ରୂପଶ୍ରୀ ଗୋଚ୍ଛାୟତ, ଆନନ୍ଦ ଦାସ, ପ୍ରଦୀପ୍ତ ଷଢଙ୍ଗୀ,ହେମନ୍ତ ମହାନ୍ତି,ଆଶୁତୋଷ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୮ଟି ପଂଚାୟତର ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା, ଅଙ୍ଗନୱାଡ଼ି କର୍ମୀ, ସହାୟିକା କର୍ମୀ,ଗ୍ରାମବାସୀ ଯୋଗଦାନ କରିଥିଲେ ।

Leave A Reply

Your email address will not be published.