ଲୋକାର୍ପିତ ହେଲା ବିଜୁ ପଟ୍ଟନାୟକ ପ୍ରମୋଦ ଉଦ୍ୟାନ

0

ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଏହା ସମ୍ଭବ ହୋଇପାରିଥିବାରୁ କୃତଜ୍ଞତା ଜଣାଇଲେ ଅଂଚଳବାସୀ

ନିଶ୍ଚିନ୍ତକୋଇଲି,(ଦେବେନ୍ଦ୍ର ଷଢଙ୍ଗି): ନିଶ୍ଚିନ୍ତକୋଇଲି ବ୍ଲକ ଝାଡେ଼ଶ୍ୱରପୁର ଗ୍ରାମ ପଂଚାୟତର ନରୁଆ ମଙ୍ଗଳପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବିଜୁ ପଟ୍ଟନାୟକ ପ୍ରମୋଦ ଉଦ୍ୟାନକୁ ମୁଖ୍ୟଅତିଥି ଭାବେ ରାଜ୍ୟ ପଂଚାୟତରାଜ,ଆଇନ, ପାନୀୟଜଳ, ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦାନ କରି ଶୁଭ ଉଦ୍ଘାଟନ କରିଥିଲେ । ଏହି ଉଦ୍ୟାନ ଅତ୍ୟନ୍ତ ଉଚ୍ଚକୋଟିର ଚିତାକର୍ଷକ ଓ ଅତ୍ୟନ୍ତ ମନଲୋଭା ହୋଇଥିବାରୁ ସ୍ଥାନୀୟ ଅଂଚଳର ବହୁ କୁନି କୁନି ଛାତ୍ର ଛାତ୍ରୀ , ଆବାଳ, ବୃଦ୍ଧ ,ବନିତା, ଯୁବକ ,ସମସ୍ତ ଗ୍ରାମବାସୀ ଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି ଯାହାପାଇଁ ସ୍ଥାନୀୟ ଅଂଚଳବାସୀ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ସହ ନିଶ୍ଚିନ୍ତକୋଇଲି ମଣ୍ଡଳ ଉନ୍ନୟନ ଅଧିକାରୀ କର୍ଣ୍ଣଦେବ ସମାଦ୍ଧାର ,ସମ୍ମାନୀତ ଅତିଥି ଭାବେ ନିଶ୍ଚିନ୍ତକୋଇଲି ପଂଚାୟତ ସମିତିର ଅଧ୍ୟକ୍ଷା ସବିତା ଓଝା, ବ୍ଳକ ବିଜେଡି ସଭାପତି ରମାକାନ୍ତ ମହାନ୍ତି , ଜିଲ୍ଲାପରିଷଦ ସଭ୍ୟା ଗୀତାଞ୍ଜଳୀ ପଣ୍ଡା,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ର,ଯୁବନେତା ଅଶୋକ କୁମାର ଓଝା,ସରପଂଚ ସୁଜାତା ଦାସ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ହିମାଂଶୁ ଶେଖର ମହାନ୍ତି,ସମାଜସେବୀ ବ୍ରଜମୋହନ ପଣ୍ଡା,ବିଭୂତି ଦାସ,ସନ୍ତୋଷ କୁମାର ମହାନ୍ତି,ସମିତିସଭ୍ୟ ଆନନ୍ଦ ଦାସ,ପଂଚାୟତ ସଭାପତି କାହ୍ନୁଚରଣ ଦାସ ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.