ପଦ୍ମପୁର ଟାଉନ କ୍ଳବ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

0

ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ଉପଖଣ୍ଡ ଏକ ଅର୍ଦ୍ଧ ବିକଶିତ ଓ ପଛୁଆ ଅଞ୍ଚଳ ହୋଇଥିବାବେଳେ, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବ୍ୟବସ୍ଥା ରେ ବହୁ ଦୂରରେ lଏ ପରିପ୍ରେକ୍ଷୀରେ ସମୟ ସମୟରେ ପଦ୍ମପୁର ଟାଉନ କ୍ଳବ୍ ତରଫରୁ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ମାନ କରିଚାଲିଛି lଆଜି ଟାଉନ କ୍ଳବ ପକ୍ଷରୁ ମହାନଦୀ ନେତ୍ରଚିକିତ୍ସାଳୟ ବୀରମହାରାଜପୁର ଓ ଟାଉନ କ୍ଳବ ର ମିଳିତ ଆନୁକୂଲ୍ଯରେ କ୍ଳବ ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ସହ ଚକ୍ଷୁ ଅପରେସନ୍ ଶିବିର ଅନୁଷ୍ଠିତ ହୋଇଯାଥିଲା l ଏହି ଶିବିର ରେ ପଦ୍ମପୁର ସରକାରୀ ଡାକ୍ତରଖାନା ର ଶିଶୁ ବିଶେଷଜ୍ଞ ଡ଼ାକ୍ତର ଗୀତାପିୟୁସ ମିଶ୍ର ଓ କ୍ଳବ ର ସଭାପତି ଶ୍ରୀମାନ ଗିରିଶ ବହିଦାର ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିର କୁ ଉଦଘାଟନ କରିଥିଲେ l ସମଗ୍ର ଗ୍ରାମାଞ୍ଚଳ ତଥା ସହରାଞ୍ଚଳ ରୁ ସମୁଦାୟ ୨୧୧ ଜଣଙ୍କ ଚକ୍ଷୁ ପରୀକ୍ଷା ହୋଇଥିବାବେଳେ, ତନ୍ମଧ୍ୟରୁ ୭୫ ଜଣଙ୍କ ମାଗଣା ଚକ୍ଷୁ ଅପରେସନ୍ କରାଯାଇଥିଲା lମହାନଦୀ ନେତ୍ର ଚିକିତ୍ସାଳୟ ର ସୁନାମଧନ୍ୟ ଡାକ୍ତର ପ୍ରଶାନ୍ତ ଶତପଥି, ମୋନାଲିସା ସାହୁ, ନିମାଇଁ ଚରଣ ଦଳବେହେରା,ପିଙ୍କୀ ବାଗ,ହରିନାରାୟଣ ମିଶ୍ର ଏବଂ ବିକାଶ ପଣ୍ଡା ଶିବିର ପରିଚାଳନା ରେ ସମ୍ପୁର୍ଣ୍ଣ ଭାବେ ସହଯୋଗ କରିଥିଲେ lପଦ୍ମପୁର ଟାଉନ କ୍ଳବ ପକ୍ଷରୁ ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ପ୍ରତାପ ମିଶ୍ର, ଲାଲବିହାରୀ ମିଶ୍ର, ବାଞ୍ଛାନିଧି ସାହୁ, ଅଶୋକ କୁମାର ମିଶ୍ର, ସୁନିଲ ଅଗ୍ରୱାଲ, ସୁବାଷ ପାତ୍ର,ଜି ଶ୍ରୀନିବାସ,ନରେଶ ସୁନ୍ଦର ସାହୁ,ଯୁଗଳ କିଶୋର ସାହୁ,ରମୀଜ ରାଜା, ପ୍ରମୋଦ ମେହେର, କୁନାଲ ପାଣିଗ୍ରାହୀ, ସୋମେଶ ଚନ୍ଦ୍ର ମହାନ୍ତି,ଶୁଭମ ପଟ୍ଟନାୟକ,ଆଦର୍ଶ ନାଥ, ଦିନେଶ ବାରିକ,ମଣ୍ଟୁ ପାଣ୍ଡେ, ଲକ୍ଷ୍ମୀକାନ୍ତ ବରିହା,ଅମୀର ମେହେର ପ୍ରମୁଖ ଙ୍କ ଉଦ୍ୟମ ରେ କାର୍ଯ୍ୟକ୍ରମ ଖୁବ୍ ସୁନ୍ଦର ଭାବେ ସାଫଲ୍ୟ ମଣ୍ଡିତ ହୋଇପାରିଥିଲା

Leave A Reply

Your email address will not be published.