ଗୁଣୁପୁରରେ ବିଜେପିର ମିଶ୍ରଣ ପର୍ବ

0 2

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ ଏବଂ ଭାରତୀୟ ଜନତା ପାର୍ଟିର ବିଚାରଧାରାରେ ଅନୁପ୍ରାଣିତ ହୋଇ ବହୁ ସଂଖ୍ୟାରେ ବିଜେଡ଼ି, କଂଗ୍ରେସର ଓ ଅନ୍ୟ ଶିକ୍ଷିତ ଯୁବକ ଯୁବତୀ ଦଳରେ ଏକ ମିଶ୍ରଣ ପର୍ବ ମାଧ୍ୟମରେ ବିଧିବଦ୍ଧ ଭାବରେ ଯୋଗ ଦେଇଛନ୍ତି । ୨୫୦ ରୁ ଉର୍ଦ୍ଧ ବାଇକରେ ଏକ ଶୋଭାଯାତ୍ରାରେ ବାହାରି ଗୁଣୁପୁର ମଣ୍ଡପଠାରେ ସଭାସ୍ଥଳରେ ପହଂଚିଥିଲେ । ଏଭଳି ଯୁବକ ଯୁବତୀ ମାନଙ୍କର ଆଗ୍ରହ ନିଶ୍ଚିତ ଭାବରେ ରାୟଗଡ଼ା ଜିଲ୍ଲାର ଉନ୍ନତିର ଏକ ସଂକେତ ହେବ ବୋଲି ବିଜେପି ନେତା କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଶ୍ୟାମ କୁମାର ଦାଶ,ରାୟଗଡା ବିଧାୟକ ପାର୍ଥି ଶ୍ରୀ ବସନ୍ତ ଉଲ୍ଲାକା,ଜିଲ୍ଲା ବିଜେପି ଉପସଭାପତି ୱାଇ. ଗଣପତି, ଜିଲ୍ଲା ସାଧାରଣ ସମ୍ପାଦକ ହରେକୃଷ୍ଣ ପାଢ଼ୀ, ଜିଲ୍ଲା ସମ୍ପାଦକ ଉଦୟ ପାଢ଼ୀ, ଜିଲ୍ଲା କୋଷାଧ୍ୟକ୍ଷ ପି. ନାଗାରାଜୁ,ଜ଼ିଲ୍ଲା ଯୁବମୋର୍ଚ୍ଚାର ଅମର ସାହୁ, ସତ୍ୟ କର, ଦେବରାଜ ଶବର, ଉପସ୍ଥିତ ଥିଲେ ।ଏହି ମିଶ୍ରଣ ପର୍ବର ମୁଖ୍ୟ ଆକର୍ଷଣ ଗୁଣୁପୁର ସହର ର ଯୁବକ ଙ୍କ ସାଥି ଶ୍ରୀ ଅଜୟ ଖୁରା ଥିଲେ.

 

Leave A Reply

Your email address will not be published.