ବିଜୁ ସ୍ୱାସ୍ଥ୍ୟ କାର୍ଡ ବଂଟନ ସାଙ୍ଗକୁ ପ୍ରକଳ୍ପ ଉଦ୍ଘାଟନ ଓ ପ୍ରତିମୂର୍ତ୍ତି ଉନ୍ମୋଚନ

0 2

ନିଶ୍ଚିନ୍ତକୋଇଲି ରୁ ଦେବେନ୍ଦ୍ର ଷଡ଼ଙ୍ଗୀ:-ନିଶ୍ଚିନ୍ତକୋଇଲି ବ୍ଲକ ତଥା କଟକ ସଦର ନିର୍ବାଚନ ମଣ୍ଡଳୀ ସାନ୍ତପୁର,କଳମିଶ୍ରି, ବନ୍ଧୁପୁର ପଂଚାୟତରେ ବିଜୁ ସ୍ମାର୍ଟ କାର୍ଡ ବଂଟନ , ପ୍ରକଳ୍ପ ଉଦ୍ଘାଟିତ , ପୂର୍ବତନ ମନ୍ତ୍ରୀ ସ୍ବର୍ଗତ କାଳିନ୍ଦୀଚରଣ ବେହେରା ଓ ପୂର୍ବତନ ବିଧାୟକ ସ୍ବର୍ଗତ ମାୟାଧର ସେଠୀଙ୍କ ପ୍ରତିମୂର୍ତ୍ତି ସାନ୍ତପୁର ଠାରେ ଉନ୍ମୋଚିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବାଙ୍କୀ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ଅତିଥି ଭାବେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା, ଓଡିଶା ଚଳଚିତ୍ର ନିଗମ ଅଧକ୍ଷ ସତ୍ୟବ୍ରତ ତ୍ରିପାଠୀ, ଡାଃ. ରଶ୍ମିତା ସେଠୀ, ନିଶ୍ଚିନ୍ତକୋଇଲି ବିଡିଓ କର୍ଣ୍ଣଦେବ ସମାଦାର, ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଅଚ୍ୟୁତାନନ୍ଦ ଦାସ, ବିଜେଡି ପର୍ଯ୍ୟବେକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ, ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରମୋଦ ନାୟକ ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସରପଞ୍ଚ, ସମିତିସଭ୍ୟ,ପଂଚାୟତ ବିଜେଡି ସଭାପତି, ସ୍ଥାନୀୟ ଅଞ୍ଚଳର ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.