ନୀତିଶାସ୍ତ୍ର ଓ ମୂଲ୍ୟବୋଧ (‘Ethics and Values’) ଶିକ୍ଷାର ପାଠ୍ୟଖସଡ଼ା ଉନ୍ମୋଚନ

0

ମୂଲ୍ୟବୋଧର ଅବକ୍ଷୟ ରୋକିବା ନିମନ୍ତେ ନୀତିଶାସ୍ତ୍ର ଶିକ୍ଷା ନିତାନ୍ତ ଜରୁରୀ: ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

ଭୁବନେଶ୍ୱର(ଶାସକ ପ୍ରଶାସକ) : ମାନବ ଜୀବନରେ ମୂଲ୍ୟବୋଧର ଅବକ୍ଷୟକୁ ରୋକିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ନୀତିଶାସ୍ତ୍ର ଓ ମୂଲ୍ୟବୋଧର ଶିକ୍ଷା ପ୍ରଦାନ କରାଯିବା ନିତାନ୍ତ ଜରୁରୀ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତିା ଭୋଇନଗରସ୍ଥିତ ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ଉତ୍ପାଦ ବୁ୍ୟରୋର ବୋର୍ଡରୁମରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଦ୍ୱାରା “ନୀତିଶାସ୍ତ୍ର ଓ ମୂଲ୍ୟବୋଧ’ ଶିକ୍ଷା ପାଠ୍ୟଖସଡ଼ାର ପ୍ରଥମ ଭାଗ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ ଉପରୋକ୍ତ ଭାବେ ଉଲ୍ଲେଖ କରିଛନ୍ତିା
ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ନୀତିଶାସ୍ତ୍ର ଓ ମୂଲ୍ୟବୋଧ ଶିକ୍ଷାକୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଏକ ସଂପୂର୍ଣ୍ଣ ପାଠ୍ୟଖସଡ଼ା ପ୍ରସ୍ତୁତ କରିଛନ୍ତିା ରାଜ୍ୟର ଉଚ୍ଚଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ କେବଳ ସଫଳ ନୁହେଁ ଜଣେ ଜଣେ ଉତ୍ତମ ମଣିଷ ଭାବେ ଗଢ଼ିତୋଳିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍ଦର୍ଶନରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଏହି ପାଠ୍ୟଖସଡ଼ା ଲାଗୁ କରିବାକୁ ଯାଉଛନ୍ତି ବୋଲି ମନ୍ତ୍ରୀ ଡ. ସାହୁ ପ୍ରକାଶ କରିଛନ୍ତିା ଓଡ଼ିଶାକୁ ଏକ ଜନମଙ୍ଗଳ ରାଜ୍ୟ ରୂପେ ଗଢ଼ିତୋଳିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଷ୍ଠାପର ପ୍ରୟାସରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଲାଗୁ କରାଯାଉଥିବା ନୀତିଶାସ୍ତ୍ର ଓ ମୂଲ୍ୟବୋଧ ଶିକ୍ଷାର ଏହି ପାଠ୍ୟଖସଡ଼ା ଆଉ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବାକୁ ଯାଉଛି ବୋଲି ମନ୍ତ୍ରୀ ଡ. ସାହୁ ଦୃଢେ଼ାକ୍ତି କରିଛନ୍ତିା
ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଆନୁକୂଲ୍ୟରେ ଉଚ୍ଚଶିକ୍ଷା ଛାତ୍ରଛାତ୍ରୀଙ୍କ ନିମନ୍ତେ ଲାଗୁ କରାଯାଉଥିବା ନୀତିଶାସ୍ତ୍ର ଓ ମୂଲ୍ୟବୋଧର ଏହି ପାଠ୍ୟଖସଡ଼ାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କଠାରେ ସକାରାତ୍ମକ ଚରିତ୍ର, ସହାନୁଭୂତିଶୀଳ ମଣିଷପଣିଆ, ଦାୟିତ୍ୱପୂର୍ଣ୍ଣ ନାଗରିକବୋଧ ଓ ଅନୁକମ୍ପାର ବିକାଶ କରାଇବାା ବ୍ୟକ୍ତିବିଶେଷ, ଗୋଷ୍ଠୀ ତଥା ସମଗ୍ର ମାନବଜାତି ନିମନ୍ତେ ଏକ ପୋଷଣୀୟ ଜୀବନଧାରା (Sustainable Life-Style)କୁ ପ୍ରୋତ୍ସାହିତ କରିବା ଏହାର ଲକ୍ଷ୍ୟା ସଂପୂର୍ଣ୍ଣ ସିଲାବସ୍କୁ ୬ଟି ୟୁନିଟରେ ବିଭକ୍ତ କରାଯାଇଛି ଏବଂ ଯୁକ୍ତ-୩ ସ୍ତରର ସମସ୍ତ ବିଜ୍ଞାନ, କଳା ଓ ବାଣିଜ୍ୟ ପାଠ୍ୟକ୍ରମର ୬ଟି ସେମିଷ୍ଟାରରେ ଗୋଟିଏ ଲେଖାଏଁ ୟୁନିଟ୍ ସାମିଲ କରାଯାଇଛିା ପ୍ରତ୍ୟେକୟୁନିଟ୍ ୨୫ ମାର୍କ ବିଶିଷ୍ଟ ହେବ ଏବଂ ଯୁକ୍ତ-୩ର ପ୍ରତ୍ୟେକ ସେମିଷ୍ଟାରରେ ଏକ ୟୁନିଟ୍ ହିସାବରେ ସଂଯୁକ୍ତ ହେବା ଗୋଟିଏ ୟୁନିଟ୍ ବିଷୟ ପଢ଼ାଯିବା ପାଇଁ ୧୫ଟି ପିିରିୟଡ୍ ରହିବା
ଏହି ଉନ୍ମୋଚନ ସଭାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର କହିଲେ ଯେ ଛାତ୍ରଛାତ୍ରୀମାନେ ଏହି ପାଠ୍ୟଖସଡ଼ାର ବହି ନକିଣି ସଂପୂର୍ଣ୍ଣ ମାଗଣାରେ ତାକୁ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ୱେବସାଇଟ https://oshec.nic.in ଏବଂ https://vtputkal.odisha.gov.inରୁ ଡାଉନ୍ଲୋଡ଼୍ କରି ପଢ଼ିପାରିବୋ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ କହିଲେ ଯେ ଏହାକୁ ସମାଜତତ୍ତ୍ୱ, ରାଜନୀତି ବିଜ୍ଞାନ, ନୃତତ୍ତ୍ୱ ତଥା ଇତିହାସର ଅଧ୍ୟାପକମାନେ ମହାବିଦ୍ୟାଳୟରେ ପଢ଼ାଇବୋ ସମସ୍ତ ବିଶ୍ୱବିଦ୍ୟାଳୟ ଏହି ପାଠ୍ୟଖସଡ଼ାକୁ ଅନୁମୋଦନ କରିସାରିଛନ୍ତି ଏବଂ ଚଳିତ ବର୍ଷରୁ ଏହାକୁ ପାଠ୍ୟକ୍ରମରେ ସାମିଲ କରାଯାଇଛିା ମୋଟ ୬ଟି ମୋଡ୍ୟୁଲରେ ବିଭକ୍ତ ଏହି ସିଲାବସର ପ୍ରଥମ ଭାଗ , “Women, Social Institutions and Practices” ର ଉନ୍ମୋଚନ ହୋଇଛିା ଏଭଳି ଅଭିନବ ପାଠ୍ୟଖସଡ଼ା ଉଚ୍ଚଶିକ୍ଷାକୁ ଅଧିକ ଗୁଣାତ୍ମକ କରିବା ସହିତ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ସହାୟ ହେବ ଓ ଉତ୍ତମ ରାଜ୍ୟଗଠନ ନିମନ୍ତେ ବାଟ କଢ଼ାଇବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲୋ

Leave A Reply

Your email address will not be published.