ହନୁମାନ ଛକ ଠାରେ ମା ଧନଲକ୍ଷ୍ମୀ ପୂଜା ପାଳିତ।

0

କଲ୍ୟାଣସିଂହପୁର:ପ୍ରଦିପ ଦଲାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଥିବା ହନୁମାନ ଛକ ଠାରେ ମା ଧନଲକ୍ଷ୍ମୀ ପୂଜା କରାଯାଉଛି । ଏହି ପୂଜା ତିନି ଦିନ ଧରି ଆଡମ୍ବରରେ ରୀତିନୀତି ଅନୁଯାୟୀ କରାଯାଉଛି । ଏ ଅବସରରେ ବୁଧବାର ଦିନ ବିଳମ୍ବିତ ରାତ୍ରରେ ୧୧ଟି କଳସରେ ତ୍ରିବେଣୀ ଘାଟ ରୁ ଗଙ୍ଗା ଙ୍କୁ ଆବାହନ କରି କଳସରେ ସୁବାସିତ ଜଳ ନେଇ ଅସ୍ଥାୟୀ ପୂଜା ମଣ୍ଡପରେ ସ୍ଥାପନ କରିଥିଲେ ।ଆଜି ପୂଜକ ସନ୍ତୋଷ ତ୍ରିପାଠୀ ରୀତି ନୀତି ଅନୁଯାୟୀ ପୂଜା ପାଠ କରିଛନ୍ତି। ସନ୍ଧ୍ୟା ରେ ପୂଜା କମିଟି ତରଫରୁ ,୨୦୨୧ଟି ଦୀପ ଯଜ୍ଞ କରାଯିବ ବୋଲି ସଭାପତି କୈଳାଶ ଆଚାରି, କହିଛନ୍ତିି ।ଶନିବାର ଦିନ ଅପରାହ୍ନ ରେ ମା ଙ୍କ ଧନଲକ୍ଷ୍ମୀଙ୍କ ଭଶାଣି ଉତ୍ସବ କରାଯିବ ବୋଲି ପୂଜା କମିଟି ରଞ୍ଜନ ବଲ୍ ଭାଇ, ଧନସୀଙ୍ଗି ଥିମାଖା,କଣେଇ ପାତ୍ର,ରାହୁଲ ପ୍ରଧନୀ,ସିଧୁ ମିଶ୍ର, କହିଛନ୍ତି।

Leave A Reply

Your email address will not be published.