ରେମୁଣାରେ ଜିଲ୍ଲାସ୍ତରୀୟ ମେଗା ସ୍ୱାସ୍ଥ୍ୟ ଶିବିର

0

28-07-18-Mega-Health-Camp.jpg - 73.84 kB

ବାଲେଶ୍ୱର,(Ujjwal kar ): ଜିଲ୍ଲା ପ୍ରଶାସନ ଓ ବାଲେଶ୍ୱର ଆଲୟେଜର ମିଳିତ ଆନୁକୂଲ୍ୟରେ ଏକ ଜିଲ୍ଲାସ୍ତରୀୟ ମେଗା ସ୍ୱାସ୍ଥ୍ୟ ଶିବିର ରେମୁଣା ସ୍ଥିତ ଡିଗ୍ରୀ କଲେଜ ପରିସରରେ ଆଜି ଅନୁଷ୍ଠିତ  ହୋଇଯାଇଛି । ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିବା ସହିତ ଜିଲ୍ଲା ପ୍ରଶାସନର ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ । ଗ୍ରାମାଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନରେ ଶିଳ୍ପ ସଂସ୍ଥାମାନଙ୍କ ସହଯୋଗରେ ୫୦ଟି ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ ନିଷ୍ପତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହି ଶିବିର ମାଧ୍ୟମରେ ବାଲେଶ୍ୱରରେ ମେଡିକାଲ କଲେଜର ବିଶେଷଜ୍ଞ ଡାକ୍ତରଙ୍କ ସେବା ଜିଲ୍ଲାର ପ୍ରତ୍ୟେକ ଅଂଚଳରେ ଜନସାଧାରଣ ପାଇପାରିବେ ବୋଲି ଶ୍ରୀ ଜେନା ଆଶା ପ୍ରକାଶ କରିଥିଲେ । ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ, ଅତିରିକ୍ତ ଜିଲ୍ଲାପାଳ ମାନସ ରଂଜନ ପାଢୀ, ସି.ଡି.ଏମ.ଓ. ଡା ମିନାକ୍ଷୀ ରାୟ, ବାଲେଶ୍ୱର ଆଲୟେଜର ନିଦେ୍ର୍ଧଶକ ଧୀରେନ କୁମାର ନାଥ, କଲେଜ ଅଧ୍ୟକ୍ଷା ଜୟନ୍ତୀ ନାୟକଙ୍କ ପ୍ରମୁଖ ଏଥିରେ ଯୋଗଦେଇ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବା ଉଦେ୍ଧଶ୍ୟରେ ଏହି ଶିବିର ଆୟୋଜନକୁ ଉଚ୍ଚ ପ୍ରଶଂସା କରିଥିଲେ । ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ସଂଚାଳନ କରାଯିବ ଏବଂ ଏଥିପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ତୁଲାଇବାକ ସ୍ଥିର କରାଯାଇଥିବା ଜିଲ୍ଲାପାଳ ଶ୍ରୀ ରାଉତ କହିଥିଲେ । ଏହି ମେଗା ସ୍ୱାସ୍ଥ୍ୟ ଶିବିରରରେ ସର୍ବମୋଟ ୧୦୨୬ଜଣ ରୋଗୀ ପଞ୍ଜିକୃତ ହୋଇ ଡାକ୍ତରୀଙ୍କୁ ପରାମର୍ଶ ସହ ମାଗଣାରେ ଔଷଧ  ପ୍ରଦାନ କରାଯାଇଥିଲା । ଏହା ସହିତ ଶିବିରରେ ରକ୍ତ ଶର୍କରା ଓ ରକ୍ତଚାପ ପରୀକ୍ଷା ମାଗଣାରେ କରାଯାଇଥିଲା । ସକାଳ ୮ଟାରୁ ଅପରାହ୍ନ ୨ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ  ହୋଇଥିବା ଏହି ଶିବିରରେ ଚର୍ମ ଓ ଯୌନ ରୋଗ, ଛାତି ରୋଗ (ଯକ୍ଷ୍ମା ଓ ଶ୍ୱାସ), ସ୍ତ୍ରୀରୋଗ, ଭେଷଜ, ଶଲ୍ୟ, ଚକ୍ଷୁ, ମୁତ୍ରରୋଗ, ଦନ୍ତରୋଗ, ଅସ୍ଥିଶଲ୍ୟ, ଶିଶୁରୋଗ ଭଳି ୧୧ ଗୋଟି ବିଭାଗରେ ୧୩ଜଣ ବିଶେଷଜ୍ଞ ଡାକ୍ତର ଉପସ୍ଥିତ ରହି ଚିକିତ୍ସା ସେବା ଯୋଗାଇ ଦେଇଥିଲେ । ମହାବିଦ୍ୟାଳୟର ବିଭିନ୍ନ ପ୍ରକୋଷ୍ଠରେ ଏଥିପାଇଁ ପୃଥକଭାବେ ରୋଗୀମାନଙ୍କ ନିମନ୍ତେ ସୁବ୍ୟବସ୍ଥିତ କରାଯାଇଥିଲା । ଏହି ଶିବିର ସଫଳତା ଦିଗରେ ସ୍ଥାନୀୟ ବି.ଡି.ଓ. ସଞ୍ଜୟ କୁମାର ରାଉତ, ତହସିଲଦାଲ ଅମୀୟ କୁମାର ରାଉତ, ଅତିରିକ୍ତ ତହସିଲଦାର ଅନିନ୍ଦିତା ଆଚାର୍ଯ୍ୟ, ମହାବିଦ୍ୟାଳୟର କର୍ମଚାରୀ ସୁବେଦାର ମେଜର ଗିରୀଶ ଷଢଙ୍ଗୀ ସମେତ ବାଲେଶ୍ୱର ଆଲୟେଜର ଜନ ସଂପର୍କ ଅଧିକାରୀ ଦେବାଶିଷ ଚାଟାର୍ଜୀ, କର୍ମଚାରୀ ଶଶିଭୂଷଣ ଗ୍ରହାଚାର୍ଯ୍ୟ, ଶରଣ ପରିଡା, ଅଜିତ କୁମାର ସୁବୁଦ୍ଧି, ଭରତ ସାହୁ, ଦମୟନ୍ତୀ ଦାସ, ରାଜୀବ ମହାପାତ୍ର, ତିଲକ ଥାପା, ଦୁର୍ଗା ଶଙ୍କର ଦାସ, ସତ୍ୟଜିତ ନାୟକ, ରୋଟାରିଆନ  ସୁବ୍ରତ କର ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ ।

 

Leave A Reply

Your email address will not be published.