ବରିଷ୍ଠ  କଳାକାର, ସମାଜସେବୀ ତଥା ସାହିତ୍ୟିକ ଗାର୍ଗବ ମେହେରଙ୍କ ବିୟୋଗରେ ଶୋକସଭା

0

 

ବଲାଙ୍ଗିର(ନିରୋଜ ମିଶ୍ର)

ବରିଷ୍ଠ ସମାଜସେବୀ, ଶିକ୍ଷାବିତ୍, ସାହିତ୍ୟିକ , ଆକାଶବାଣୀ ଓ ଦୂରଦର୍ଶନ କଳାକାର ଗାର୍ଗବ ମେହରଙ୍କ ଅକାଳ ବିୟୋଗରେ ଜିଲ୍ଲା କଳା ସଂସ୍କୃତି ସଂଘ ବଲାଙ୍ଗିର ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଶୋକ ସଭା ଅନୁଷ୍ଠିତ  ହୋଇ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ପ୍ରଧାନ,  ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ ଶତପଥୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ସମସ୍ତ ବ୍ଲକର ବିଡିଓ ତଥା ବ୍ଲକ କଳାକାର ସଂଘ ସଭାପତି ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା କଳା ଓ ସଂସ୍କୃତି ସଂଘର ଉପସଭାପତି ଜଗଦାନନ୍ଦ ଛୁରିଆ ତଥା କଳାକାର ଗଣ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ  ହୋଇଥିଲା ।   ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ ଶତପଥୀ, ବରିଷ୍ଠ  ସାମ୍ବାଦିକ ସତ୍ୟ ନାରାୟଣ ବେହେରା, ଗୁରୁ ଶ୍ରୀ ଘାସିରାମ ମିଶ୍ର, କାଳୀ ପ୍ରସାଦ ଷଡଙ୍ଗୀ, ଜଗଦାନନ୍ଦ ଛୁରିଆ,  କବି ହୃଷିକେଶ ପୁରୋହିତ, ବିଥିକା ଚାଟାର୍ଜି, ବାସୁଦେବ ମେହେର, ମଳୟ ତ୍ରିପାଠୀ,  ରତନ ମେହେର, ବ୍ରହ୍ମାନନ୍ଦ ବନଛୋର, ଗୋପାଳ ପଧାନ, କପିଳେଶ୍ୱର ଖମାରୀ, ସନାତନ ଠାକୁର, ବାସୁଦେବ ସା, ନବଘନ ଦାଶ, ରାମ ଶତପଥି, ରଂଜିତ ମିଶ୍ର, ପ୍ରେମ କୁମାର ପ୍ରମୁଖ ସମାଜର ବିଭିନ୍ନ ଶ୍ରେଣୀର ବ୍ୟକ୍ତି ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା ସହ ତାଙ୍କର ବହୁମୁଖୀ ପ୍ରତିଭା ସମ୍ପର୍କରେ  ଆଲୋକପାତ କରିଥିଲେ ।  

Leave A Reply

Your email address will not be published.