ନିରୋଜ ମିଶ୍ର(ଶାସକ ପ୍ରଶାସକ ବ୍ୟୁରୋ) : ମାଟିଏ କଣ କେବେ ଜାଣିଥାଏ ତା ପେଟରେ କଣ ବଢୁଛି ! ମାଟିଏ ପାଇଁ ପୁଅ କଣ ବା ଝିଅ ? ପୁଆ ମାନେ ଜନ୍ମ ହୋଇ କଣ ଅଧିକ ଟେକି ଧରିପକାଉଛନ୍ତି, ଯାହାକି ଝିଅ ଟିଏ କରୁନି ! ଝିଅ ପୁଅ ଭିତରେ କାହିଁକି ଫରକ କରିବା ବା ମା | ସେ ମା, ଧର୍ମ ତାର ମାତୃତ୍ଵ | ହେଲେ କାହିଁକି କେଜାଣି ପୁତ୍ରମନସ୍କ ଏ ସମାଜରେ କାହିଁକି କେଜାଣି ପୁଅ ପ୍ରତି ଲୋକଙ୍କ ଏ ଅନୈତିକ ଦୁର୍ବଲତା | ସତେ ଯେମିତି ଝିଅ ଅଲୋଡ଼ା | ଝିଆ ଜନ୍ମ କରିବା ଏଠି ପାପ !!! ପୁଅ ଜନ୍ମ ନହେବାରୁ ସ୍ତ୍ରୀକୁ ହତ୍ୟା କରିବ ସ୍ୱାମୀ । ଛି ଛି ଛି ….ଏଟା ମଣିଷ ନା ରାକ୍ଷସ !!!!!!!
ଏଭଳି ଜଘନ୍ୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାରେ । ସାତ ଜନମ ଏକାଠି ହୋଇ ରହିବା ପାଇଁ ଅଗ୍ନିକୁ ସାଖି ରଖି ବିବାହ କରିଥିଲା । ହେଲେ ବଂଶ ରକ୍ଷା ପାଇଁ ପୁଅଟିଏ ଜନ୍ମ ନହେବାରୁ ଅଗ୍ନିକୁ ସାଖି ରଖି ବିବାହ କରିଥିବା ସ୍ୱାମୀ ସଇତାନ ସାଜିଲା । ନିଜ ସ୍ତ୍ରୀକୁ ମାରି ପୋତି ଦେଲା । ଆଉ ଦେଢମାସ ପରେ ତାର ଶବ ଉଦ୍ଧାର କଲା ପୋଲିସ । ଏହି ଘଟଣାରେ ପୋଲିସ ଏବେ ୬ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି । କେବଳ ପୁଅଟିଏ ଜନ୍ମ ହେଲା ନାହିଁ ବୋଲି ବିବାହର ୧୫ ବର୍ଷ ପରେ ପୁଣି ବିବାହ କରିଥିଲା ସ୍ୱାମୀ । ତେବେ ନୂଆ ବିବାହ କରିବା ପରେ ପ୍ରଥମ ସ୍ତ୍ରୀଙ୍କୁ ହତ୍ୟା କରି ମାଟି ତଳେ ପୋତି ଦେଇଥିଲା ସ୍ୱାମୀ । କିନ୍ତୁ ଅପରାଧ କେବେ ଲୁଚି ରହେନା । ପ୍ରାୟ ଦେଢ ମାସ ପରେ ତାଙ୍କ ପରିବାର ଲୋକଙ୍କଠାରୁ ଖବର ପାଇ କେସିଙ୍ଗା ପୋଲିସ ନଦୀ ପଠାର ବାଲି ଭିତରୁ ମୃତଦେହକୁ ଉଦ୍ଧାର କରିଥିଲା । ଏହି ମହିଳାଙ୍କ ନାମ ସୁକେଶି ଲୁହାର(33) । ତେବେ ପୋଲିସ କେବଳ ତାଙ୍କ କଙ୍କାଳ ହିଁ ଉଦ୍ଧାର କରିଛି । ଏହି ଘଟଣାରେ ମୃତ ମହିଳାଙ୍କ ସ୍ୱାମୀ ସମେତ ପରିବାରର ଅନ୍ୟ ପାଞ୍ଚ ଜଣଙ୍କୁ ମଧ୍ୟ ଥାନାରେ ଅଟକ ରଖି ପଚରା ଉଚରା ଚଲାଇଛି ।
ଘଟଣାଟି ଘଟିଛି ଗତ ଜୁନ୍ ୧୪ ତାରିଖରେ । କେସିଙ୍ଗା ଥାନା ଦେଗଁର ଉଛବ ଲୁହାର ନିଜର ପ୍ରଥମ ସ୍ତ୍ରୀ ସୁକେଶି ଲୁହାରଙ୍କୁ ପୁଅ ଜନ୍ମ ହେଉନଥିବାରୁ ଦୁତୀୟ ସ୍ତ୍ରୀ ଭାବରେ ତାରିଣି ଲୁହାରକୁ ବିବାହ କରିଥିଲା । ତେବେ ଘରେ ଥିବା ପ୍ରଥମ ସ୍ତ୍ରୀ ସୁକେଶି କୁଆଡେ ଚାଲିଯାଇଛି ବୋଲି ଉଛବ ଗାଁରେ ସମସ୍ତଙ୍କୁ କହିଥିଲା । ସୁକେଶିଙ୍କର ୧୫ ବର୍ଷର ଝିଅ ଥିଲେ ହେଁ ଉଛବ ପୁଅ ପାଇଁ ଦୁତୀୟ ବିବାହ କରିଥିଲା । ସୁକେଶି ଚାଲିଯାଇନଥିଲେ ବରଂ ଉଛବ ଓ ତାର ଅନ୍ୟ ସମ୍ପର୍କିୟାମାନେ ମିଶି ତାକୁ ହତ୍ୟା କରି ଗାଁ ନିକଟରେ ଥିବା ରେତ ନଦି ବାଲି ପଠାରେ ପୋତି ଦେଇଥିଲେ ଯାହାର ଆଭାସ କେହି ପାଇନଥିଲେ । କିନ୍ତୁ ଗାଁର କିଛି ଲୋକ ଏହି ଘଟଣାକୁ ଜାଣିବା ପରେ ସୁକେଶିର ମାଁ ରୋଚେ ପରା ଭୋଇକୁ ଖବର ଦେଇଥିଲେ । ଖବର ପାଇ ଭବାନୀପାଟଣା ସଦରଥାନା ଗୋଇପିଟା ଗ୍ରାମରେ ରହୁଥିବା ରୋଚେ ପ୍ରଥମେ ଆସି ଫାଣ୍ଡିରେ ଅଭିଯୋଗ କରିଥିଲେ । ଉତ୍କେଲା ଫାଣ୍ଡି ଅଧିକାରୀ ଅଭିଯୋଗ ପାଇ ତଦନ୍ତ ବେଳେ ଉଛବ ନିଜ ସ୍ତ୍ରୀ ସୁକେଶି ରାୟପୁର ପଟକୁ ପଳାଇଥିବା କହି ଭୁତେଇ ଥିଲା । ପୁଣି ରୋଚେ ମହିଳା ମୋର୍ଚ୍ଚାକୁ ନେଇ କେସିଙ୍ଗା ଥାନାରେ ପହଂଚିଥିଲେ । କେସିଙ୍ଗା ପୋଲିସ ଘଟଣାର ତଦନ୍ତ କରି ସୁକେଶିଙ୍କ ଶବ ରେତ ନଦୀର ବାଲି ତଳେ ପୋତା ହୋଇଥିବା ଜଣାପଡିଥିଲା । ଖବର ପାଇ ପୋଲିସ ଶନିବାର ସକାଳୁ ଯାଇ ବାଲି ତଳୁ ସୁକେଶିଙ୍କ ମୃତ ଦେହକୁ (କଂଙ୍କାଳ) ଉଦ୍ଧାର କରିଥିଲା । ପରେ ବଲାଙ୍ଗିର ମେଡିକାଲ କଲେଜକୁ ଶବ ବ୍ୟବଛେଦ ପାଇଁ ପଠାଯାଇଛି । ଏହି ଘଟଣାରେ ପୋଲିସ ୬ ଜଣଙ୍କୁ ଥାନାକୁ ଅଣି ପଚରା ଉଚରା ଜାରି ରଖିଛି । ପ୍ରକାଶଯୋଗ୍ୟ ଯେ ଉଛବ ୧୭ ବର୍ଷ ତଳେ ସୁକେଶିକୁ ବିବାହ କରିଥିବା ବେଲେ ପୁଅ ନହେବାରୁ ବିଭିନ୍ନ ସମୟରେ ଅକଥନିୟ ଅତ୍ୟାଚାର କରୁଥିବା ମାଁ ରୋଚେ ପ୍ରକାଶ କରିଛନ୍ତି । ସେପଟେ ମହିଳା ମୋର୍ଚ୍ଚାର ନେତ୍ରୀ ସଂଞ୍ଜୁକ୍ତା ବେହେରା ଘଟଣାର ଉଚିତ ତଦନ୍ତ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି ।
