“ଫସଲ ବୀମା ଶୀଘ୍ର ପ୍ରଦାନ କରାନଗଲେ  ଆମରଣ ଅନଶନ ବସିବି”

0

 29-07-18-pradip.jpg - 112.22 kB

ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତଙ୍କ ଚେତାବନୀ 

ପଦ୍ମପୁର/ନୀଳ ଦୀପ 

ବରଗଡ଼ ଜିଲ୍ଲାର ଚିର ମରୁଡି ପ୍ରପୀଡ଼ିତ ପଦ୍ମପୁର ଅଞ୍ଚଳରେ ଫସଲ ବୀମା ପ୍ରଦାନ ଦାବୀ ନେଇ ଚାଷୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି ।ଏହି ପରି ପେକ୍ଷୀରେ ଶନିବାର ଦିନ ପଦ୍ମପୁର ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ଙ୍କ ନେତୄତ୍ବରେ ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ଦଳ ପଦ୍ମପୁର ଉପଜିଲ୍ଲାପାଳ  ଦୌଳତ ଚନ୍ଦ୍ରକାର ଙ୍କୁ ଭେଟି ବରଗଡ଼ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।ପ୍ରଧାନ ମନ୍ତ୍ରୀ ଫସଲବୀମା ଯୋଜନାର ହିତାଧିକାରୀ କୄଷକ ମାନଙ୍କୁ ଯଥା ଶୀଘ୍ର ବୀମାରାଶି ପ୍ରଦାନ, ଇନପୁଟ ସବସିଡି ପ୍ରଦାନ ତଥା ସୋହେଲା ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଧାନ କ୍ବିଣ୍ଟାଲ ପିଛା ୧୦୦ ଟଙ୍କା ଲେଖାଏଁ ବୋନସ ପ୍ରଦାନ ଆଦି ତିନିଦଫା ଦାବୀ ଆସନ୍ତା ୩୦ ତାରିଖ ସୁଦ୍ଧା ପୂରଣ କରାନଗଲେ ବିଧାୟକ ଶ୍ରୀ ପୁରୋହିତଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ରାଜବୋଡାସମ୍ବର ବ୍ଳକ ଅଧ୍ୟକ୍ଷ କୁମରମଣୀ ନାଏକ,ଆଦିବାସୀ ମୋର୍ଚ୍ଚା ରାଜ୍ୟ ସମ୍ପାଦନା ଗୋବର୍ଦ୍ଧନ ଭୁଏ ଏବଂ ବିଜେପି ଦଳର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ତଥା ନିର୍ବାଚିତ ଜନ ପ୍ରତିନିଧି ଗଣ ଆସନ୍ତା ୩୧ ତାରିଖ ମଙ୍ଗଳବାର  ଦିନ ୧୧ ଘଟିକା ସମୟରୁ ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବା ପାଇଁ ଚେତାବନୀ ଦେଇଛନ୍ତି ।

 

Leave A Reply

Your email address will not be published.