କଲ୍ୟାଣସିଂ ହପୁର:ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଶ୍ରୀମନ୍ଦିର ରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭକ୍ତଙ୍କ ଭିଡ଼ ଲାଗି ଥିବା ଦେଖିବାକୁ ମିଳିଛି ।ଭକ୍ତ ମାନେ ମାସ ତମାମ କାର୍ତ୍ତିକ ବ୍ରତ ପାଳନ କରିବା ପରେ ଶେଷ ପୂର୍ଣ୍ଣିମାରେ ରାତ୍ରରେ ନଦୀରେ ସ୍ନାନ ସାରି କଦଳୀ ପଟୁଆରେ ଡ଼ଙ୍ଗା ତିଆରି କରି ରୀତିନୀତି ଅନୁଯାୟୀ ପୂଜା ପାଠ କରିବା ପରେ ତାକୁ ଭସାଇ ଥାନ୍ତି ।”ଆକାମା ବୋଇ ପାନଗୁଆ ଥୋଇ, ପାନଗୁଆ ତୋର ମାସିକ ଧର୍ମ ମୋର ” କହି ଡ଼ଙ୍ଗା ଭସାଇ ଥାନ୍ତି ।ପରେ ଶ୍ରୀ ବଳଭଦ୍ର,ଜଗନ୍ନାଥ ଦେବୀ ସୁଭଦ୍ରା ଙ୍କୁ ଦର୍ଶନ କରି କୃପା ଲାଭ କରି ବ୍ରତ ସମାପନ କରିଥାନ୍ତି । କରୋନା ଯୋଗୁ ଦୁଇବର୍ଷ ହେବ ବିନା ଭକ୍ତର ପୂଜା ପାଠ କରାଯାଉଥିଲା ।ବର୍ତ୍ତମାନ ପ୍ରଶାସନ ଙ୍କ ନିର୍ଦେଶ କ୍ରମେ ସମସ୍ତ ଦେବାଳୟ ଖୋଲା ରହିଥିବା ରୁ ଭକ୍ତ ଭଗବାନ ଙ୍କ ମିଳନ ହୋଇଥିବା ଦେଖିବା କୁ ମିଳିଥିଲା।
Sign in
Sign in
Recover your password.
A password will be e-mailed to you.
Prev Post