ନୟାଗଡ଼, (ବିଶ୍ୱଜିତ ନାୟକ) : ରାଜ୍ୟର କେତେକ ଜିଲ୍ଲାରେ ଆଇଆଇସି ମାନଙ୍କ ମଧ୍ୟରେ ଏକ ଛୋଟ ଧରଣର ବଦଳି କରାଯାଇଛି । ତେବେ ନୟାଗଡ଼ ଜିଲ୍ଲାକୁ ଜଣେ ଦକ୍ଷ ଆଇଆଇସିଙ୍କୁ ନିଯୁକ୍ତ ଦେଇଥିବା ଏକ ବିଜ୍ଞପ୍ତିରୁ ଜଣାପଡିଛି । ସୂଚନାନୁସାରେ, ରାଜ୍ୟ ପୁଲିସ ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ କି ଆଇଆଇସି ଶୁଭ୍ରାଂଶୁ ଶେଖର ପରୀଡାଙ୍କୁ କଟକ ଜିଲ୍ଲାରୁ ଜଗତସିଂହପୁର ଜିଲ୍ଲାକୁ ବଦଳି କରାଯାଇଥିବା ବେଳେ ଆଇଆଇସି ଜ୍ୟୋତି ରଞ୍ଜନ ସାମନ୍ତରାୟ ଙ୍କୁ ଜଗତସିଂହପୁର ଜିଲ୍ଲାରୁ ନୟାଗଡ଼ ଜିଲ୍ଲାକୁ ବଦଳି କରାଯାଇଛି । ସେହିପରି ଆଇଆଇସି ଭବାନି ଶଙ୍କର ଖୁଣ୍ଟିଆ ଙ୍କୁ ଖୋର୍ଦ୍ଧା ଜିଲ୍ଲାରୁ କଟକ, ଆଇଆଇସି ବିଜୟୀନ ମଲ୍ଲଙ୍କୁ ଯାଜପୁର ଜିଲ୍ଲାରୁ ଖୋର୍ଦ୍ଧା, ଆଇଆଇସି ଅଜୟ ଜେନାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାରୁ ଯାଜପୁର ଜିଲ୍ଲାକୁ ବଦଳି କରାଯାଇଥିବା ବେଳେ ପୂର୍ବରୁ ବଦଳି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ଆଇଆଇସି ଅମରେନ୍ଦ୍ର ଦାଶ, ଜୀବନାନନ୍ଦ ଜେନା ଓ ଶୁଭଲକ୍ଷ୍ମୀ ପୂଜାରୀଙ୍କ ବଦଳିକୁ କ୍ୟାନସଲ କରାଯାଇ ଅନ୍ୟତ୍ର ବଦଳି କରାଯାଇଛି ।
Sign in
Sign in
Recover your password.
A password will be e-mailed to you.