ଦରଦୀ ମଣିଷ: ଚର୍ଚ୍ଚାରେ ଖଡ଼ିଆଳ ଥାନାଅଧିକାରୀଙ୍କ ମଣିଷ ପଣିଆ

0 1

ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରାଣୀପୁର ଗ୍ରାମର ୨୮ ବର୍ଷିଆ ବେସାହାରା ଯୁବତୀ ଲଲିତା ହରପାଲ। ପାଖକୁ ପହଞ୍ଚିଳେ ଖଡ଼ିଆଳ ଥାନାଅଧିକାରୀ କୈଳାସ ଚନ୍ଦ୍ର ସେଠି । ରାଣୀପୁର ଗ୍ରାମର ୨୮ ବର୍ଷିଆ ଅସହାୟ ଯୁବତୀ ଲଲିତା ହରପାଲ ଅଳ୍ପ ବୟସର ଅକଥନୀୟ ଦୁଃଖ ବାପା ମାଆ ଅଜଣା ରୋଗରେ ପୀଡିତ ହୋଇ ଆରପାରିକୁ ଚାଲିଯାଇଥିଲେ ଦୀର୍ଘ ୨୨ ବର୍ଷକାଳ ଲଲିତା ଏକୁଟିଆ ସାଙ୍ଗକୁ ମାନସିକ ରୋଗୀ ଭାଇ। ଭାଇ ରାଜ୍ୟ ବାହାରେ ଦାଦନ ଖଟୁଛି । ଲଲିତା ଭଙ୍ଗା ଦଦରା କୁଡ଼ିଆ ଘରେ ଜୀବନ ସହ ସଂଗ୍ରାମ କରୁଅଛି। ଦିନରେ ସୂର୍ଯ୍ୟ ଏବଂ ରାତ୍ରୀ ରେ ଚନ୍ଦ୍ର ଓ ତାରା ସ୍ପଷ୍ଟ ଅନୁମେୟ। ସରକାରୀ ଯୋଜନା ବାଟବଣା ହୋଇଥିବା ବେଳେ, ଲଲିତା ବେଳକର ଖାଦ୍ୟ ଖାଇଲେ ଗୋଟିଏ ବେଳ ଉପବାସ ।

ଗଣମାଧ୍ୟମରେ ଲଳିତାଙ୍କ ଦୁଃଖଦ କାହାଣୀ ପ୍ରକାଶିତ ହୋଇଥିଲା। ଏହି ଘଟଣା ପରେ ଖଡ଼ିଆଳ ଥାନା ଅଧିକାରୀ କୈଳାସ ଚନ୍ଦ୍ର ସେଠି ଜାଣିବା ପରେ ତୁରନ୍ତ ରାଣୀପୁର ଗାଁର ଲଲିତା ପାଖକୁ ଯାଇ ଦୁଃଖ କଥା ବୁଝିଛନ୍ତି । ଗୋଟିଏ ମାସର ରାସନ ସାମଗ୍ରୀ ସହ,ଶୀତ ବସ୍ତ୍ର ପ୍ରଦାନ କରି ସହାୟତା ପ୍ରଦାନ କରିଛନ୍ତି । ଏଭଳି ମନୋଭାବ କୁ ରାଣୀପୁର ଗ୍ରାମବାସୀ ଭୁରିଭୁରି ପ୍ରଶଂସା କରୁଥିବାବେଳେ, ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

Leave A Reply

Your email address will not be published.