ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ଼କୋଳାକଟ ପଞ୍ଚାୟତରେ କଂଗ୍ରେସ ତରଫରୁ ଅଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏକ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଛି।
ଏହି ପ୍ରସ୍ତୁତି ବୈଠକରେ ମୁଖ୍ୟ ଅତିଥି ଭାବେ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଓ ପ୍ରଦେଶ କଂଗ୍ରେସ କୃଷି ସେଲ ରାଜ୍ୟର ପ୍ରଭାରି ଶ୍ରୀ ରଶ୍ମିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତରେ ଆଗାମୀ ପଞ୍ଚାୟତ ନିର୍ବାଚନ ବିଷୟରେ ଆଲୋଚନା କରାଗଲା। ମୁଖ୍ୟତଃ ଗୁମ୍ମା ବ୍ଲକରେ ଯେଉଁ ଭଳି କଂଗ୍ରେସ ନାମରେ ସରପଞ୍ଚ ବା ସମିତି ସଭ୍ୟ ଜିତିଲା ପରେ କିଛି ମାସ ବା ବର୍ଷ ରହି ଅନ୍ୟ ଦଳକୁ ଯାଉଛନ୍ତି । ସେହିପରି ଆଗାମୀ ନିର୍ବାଚନରେ ନ ହେଉ ଯେଉଁ ପ୍ରତିନିଧି ମାନେ କଂଗ୍ରେସ ନାମରେ ଟିକଟ୍ ନେଇ ଜିତିଲା ପରେ କଂଗ୍ରେସରେ ରହି ଗୁମ୍ମା ବ୍ଲକର ଜନସାଧାରଣଙ୍କର ସେବା କରିବେ ବୋଲି କଡ଼ା ନିଷ୍ପତ୍ତି ନିଆଗଲା।
ଗୁମ୍ମା ବ୍ଲକ ଯେ ଏକ କଂଗ୍ରେସର ଗଡ଼ ସାରା ଓଡ଼ିଶାରେ ପରିଚିତ। ସେହିପରି ଆଗାମୀ ନିର୍ବାଚନରେ ମଧ୍ୟ ୨୦ ଗୋଟି ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ଜିତିବା ପାଇଁ ବୋଲି ଆଜିର ଏହି ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଛି।
ଏହି ଉକ୍ତ ବୈଠକରେ ଗୁମ୍ମା ବ୍ଲକର ତରବା ପଞ୍ଚାୟତର ଆଶ୍ରୟଗଡ଼ ଗ୍ରାମର କେତେକ ଯୁବା ବିଜେପି ଦଳକୁ ଚାଲି ଯାଇଥିଲେ। ପୁନର୍ବାର ସେମାନେ ନିଜ କଂଗ୍ରେସ ଦଳକୁ ଫେରିଥିବାରୁ ସେମାନଙ୍କୁ ସ୍ୱାଗତ ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବେର୍ନିକ ଗମାଙ୍ଗ ଏବଂ ସହଯୋଗ କାରୀ ଗୁମ୍ମା ବ୍ଲକର ସଭାପତି ଲଳିତ ଦଣ୍ଡସେନା , ଯୁବ ସଭାପତି ମୋଣ୍ଟୁ ପାଣି ଓ ଗବ୍ରିଏଲ ଲିମା , ଅନ୍ୟତମ ଅତିଥିଭାବେ ପ୍ରଦେଶ କଂଗ୍ରେସ କମିଟିରର ସମ୍ପାଦକ ସଞ୍ଜୟ ଅଧିକାରୀ , ଜିଲ୍ଲା ଯୁବ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର , କୁନା ମାଝୀ , ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.